କେନ୍ଦୁମୁଣ୍ଡି ସ୍ୱାମୀ ବିବେକାନନ୍ଦ କ୍ଲବ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ନିକଟସ୍ଥ କେନ୍ଦୁମୁଣ୍ଡି ଗ୍ରାମର ସ୍ଵାମୀ ବିବେକାନନ୍ଦ କ୍ଲବ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଭାପତି କରୁଣା ଚନ୍ଦନ, ସମ୍ପାଦକ ମିଶ୍ର ଚନ୍ଦନଙ୍କ ସମେତ କ୍ଲବର ୩୫ ଜଣ ସଦସ୍ୟମାନେ ଉପସ୍ଥିତ ରହି ଗାଆଁର ଗୋଚର ଫୁଟବଲ ଖେଳ ପଡିଆଠାରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିଥିଲେ । ଆଗାମୀ ଦିନରେ କ୍ଲବ ତରଫରୁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସ୍ଥିର କରାଯାଇଥିବା ସଭାପତି ଶ୍ରୀ ଚନ୍ଦନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.