ସୁହୃଦ ସେବା ସଙ୍ଘ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁହୃଦ ସେବା ସଙ୍ଘ ତରଫରୁ ସେକ୍ଟର ୨୦ସ୍ଥିତ ବୈକୁଣ୍ଠ ଘାଟର ନଦୀ ପାର୍ଶ୍ଵରେ ଥିବା ଜମିରେ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇ ଚାରାକୁ ସୁରକ୍ଷା ଦେବା ପାଇଁ ତାହାର ଚାରିପଟେ ଲୁହାର ବେଡା ମଧ୍ୟ ଦିଆଯାଇଛି । ବର୍ଷାର ପ୍ରତିକୂଳ ପାଗ ସତ୍ତ୍ୱେ ସେବା ସଙ୍ଘର ସେବକମାନେ କର୍ତ୍ତବ୍ୟ ନିଷ୍ଠା ଭାବେ ଆଜି ଏହି କାର୍ଯ୍ୟକୁ ସୁଚାରୁ ରୁପେ ସମ୍ପାଦନ କରିଛନ୍ତି ଯାହାକି ପରିବେଶକୁ ସନ୍ତୁଳନ କରିବାର ଏକ ଛୋଟିଆ ପ୍ରୟାସ । ଆଗରୁ ବହୁତ ଚାରା ଏହି ଜାଗାରେ ରୋପଣ କରାଯାଇଛି ବର୍ତ୍ତମାନ ଏବେ ତାହା ବିରାଟ ବୃକ୍ଷ ଭାବେ ସେହି ଜାଗାର ପରିବେଶକୁ ବହୁତ ସୁନ୍ଦର ଭାବେ ତୋଳି ପାରିଛି । ଆଜକୁ ୨୪ ବର୍ଷ ହେଲା ଏହିପରି କାର୍ଯ୍ୟ କରି ଆସୁଛି । ଆଜିର କାର୍ଯ୍ୟକ୍ରମରେ ଅନୁଷ୍ଠାନର ସର୍ବଶ୍ରୀ ନୀଳମାଧବ ପାତ୍ର, ଯୋଗେନ୍ଦ୍ର ମହାରଣା, ଶିବରାମ ବେହେରା, ଅଜିତ କୁମାର ପୃଷ୍ଟି, ଗଗନ ପାଢ଼ୀ, ତାପସ ରଞ୍ଜନ ସାହୁ, ଅନ୍ତର୍ଯ୍ୟାମୀ ରାଉତ, କୀର୍ତ୍ତିମାନ ସାମନ୍ତରାୟ , ଅନୀଲ କୁମାର ନାୟକ, ଭଗବାନ ପ୍ରଧାନ ଓ ଅନ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.