oom

ରୁକ୍ମିଣୀ ଗାଁଠାରେ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଯଶୋଦା ଫାଉଣ୍ଡେସନ୍ ପକ୍ଷରୁ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ରୁକ୍ମିଣୀ ଗାଁଠାରେ ଏକ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପରିବେଶର ସ୍ୱଚ୍ଛ ଓ ସୁରକ୍ଷା ପାଇଁ ବୃକ୍ଷ ରୋପଣ ନିହାତି ଆବଶ୍ୟକ । ଏହାକୁ ଦୃଷ୍ଟିରେ ରଖି ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ, ଶିକ୍ଷାବିତ୍ ସୋମନାଥ ସାହୁ, ରୁକ୍ମିଣୀ ଗାଁର ଭିକାରୀ ଚରଣ ଦାସଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ଗ୍ରାମର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିଥିଲେ । ଏହା ସହ ଟ୍ରଷ୍ଟି ପକ୍ଷରୁ ନଡିଆ, ଆମ୍ବ, ପିଜୁଳି, କଦଳୀ, ବେଲ, ଡାଳିମ୍ବ, ଓଉ, ପିସ୍ତା ବାଦାମ, କୃଷ୍ଣଚୂଡା ସମେତ ବିଭିନ୍ନ ରକମର ଔଷଧୀୟ ଚାରା ଗ୍ରାମବାସୀଙ୍କୁ ବଣ୍ଟନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ଯଶୋଦା ଫାଉଣ୍ଡେସନ୍‌ର ସୁଦେଷ୍ଣା ଓ ପୁଷ୍ପାଞ୍ଜଳି ସାହୁ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.