
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଶିକାଛିଡା ଗ୍ରାମର ଗଣପତି କଳା ପରିଷଦ ଆନୁକୂଲ୍ୟରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମେ ଶିକାଛିଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଗ୍ରାମରେ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବରେ କୁଡାସିଂହା ରେଞ୍ଜର ଫରେଷ୍ଟର ଅଶୋକ କୁମାର ନାୟକ, ସମ୍ମାନୀତ ଅତିଥି ଭାବରେ ସମାଜସେବୀ ସନ୍ଦିପ ବାଗ ଓ ସମାଜସେବୀ ତଥା ସାମାଜିକ ସଂଗଠକ ବିନୋଦ କୁମାର କାଲସାଏ ଏବଂ ମୁଖ୍ୟବକ୍ତା ଭାବରେ ଶିକାଛିଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ ବୁଡେକ ଉପସ୍ଥିତ ହୋଇ ବୃକ୍ଷ ରୋପଣ ସମ୍ବନ୍ଧୀୟ ଅଭିଭାଷଣ କରିଥିଲେ । ପରିଶେଷରେ ସଂଗଠନର ସଂପାଦକ ରମାକାନ୍ତ ନାଏକ ଉପସ୍ଥିତ ଅତିଥିଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗଣପତି କଳା ପରିଷଦର ସଭାପତି ଆଦିକନ୍ଦ ବଗର୍ତ୍ତି, ଅଟଳ ବିହାରି ବିଶି, ସନ୍ତୋଷ ଦେହେରୀ, ଭାଗୀରଥି ସାଏ, କ୍ଷୀରଧର ବାଗ, ସୁନିଲ ବାରିକ, ରିତିକ ପାଣ୍ଡେ, ହେମସାଗର ସେଲମା, ଜୟ ପ୍ରକାଶ ଦେହେରୀ, ପ୍ରଦୀପ ଦେହେରୀ, ଗଙ୍ଗାଧର ବିଶି, ଯୁଗିନ୍ଦ୍ର ଦେହେରୀ ଏବଂ ୱାଚର ବିପିନ ବାଗ ପ୍ରମୁଖ ଅନ୍ୟାନ୍ୟ କାର୍ଯ୍ୟରେ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ ।