କୁଡ଼ାସିଂହା କଲେଜରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡ଼ାସିଂହା ସ୍ଥିତ ବୁଢ଼ାଡଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାର୍ବଜନୀନ ସାଂସ୍କୃତିକ କଲା ପରିଷଦ ଓ ଦୁର୍ଗାପୂଜା କମିଟି ଆନୁକୂଲ୍ୟରେ ବଲାଙ୍ଗିର ନେହେରୁ ଯୁବକେନ୍ଦ୍ରର ସହଯୋଗରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ବୈଠକରେ କଲେଜର ଅଧ୍ୟକ୍ଷ ଛବିଳ ବଗର୍ତ୍ତିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ହରେକୃଷ୍ଣ ସାହୁ, ମୁଖ୍ୟ ବକ୍ତା ଭାବେ ବିଜୟ ସାହୁ, ସମ୍ମାନିତ ଅତିଥି ଭାବେ ପ୍ରକାଶ ସାହୁ, ନେହେରୁ ଯୁବକେନ୍ଦ୍ରର ବକୁଳ ପଣ୍ଡା, ନାରାୟଣ ନାଥ ଯୋଗ ଦେଇଥିଲେ । ରାଧେଶ୍ୟାମ ପୋଥାଲ, ରବୀନ୍ଦ୍ର ସାହୁ, ଶିଶୁପାଳ ସାହୁ, ଦୀନବନ୍ଧୁ ସାହୁ, ସୁରେଶ ସାହୁ, ସଞ୍ଜୟ ମାଝୀ, ପରେଶ ସାହୁ, ଗୋବିନ୍ଦ ସାହୁ, ସ୍ଥାନୀୟ କଲେଜ ଅଧ୍ୟାପକ ରେବତ ଜାଲ, ବିଜୟ ମିଶ୍ର, ନିତ୍ୟାନନ୍ଦ ସିର୍ଦ୍ଦାର, ରମେଶ ସାହୁ, କରୁଣାକର ମେହେର, ଆଶୋକ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ସଭାକୁ ଇଂରାଜୀ ଅଧ୍ୟାପକ ଅକ୍ଷୟ ଚୌଧୁରୀ ସଂଯୋଜନା କରିଥିଲେ । ସଭା ଶେଷରେ ସମସ୍ତ ଅତିଥିଙ୍କ ସହ ଛାତ୍ରଛାତ୍ରୀଙ୍କ ଦ୍ଵାରା ବୃକ୍ଷ ରୋପଣ କରାଯାଇଥିଲା ।

jittmm
Leave A Reply

Your email address will not be published.