ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଜୁ ଜନତା ଦଳର ପ୍ରତିଷ୍ଠାର ୨୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟ ସାରା ଚାଲିଥିବା ବୃକ୍ଷ ରୋପଣ କାର୍ଯ୍ୟ ପରିପ୍ରେକ୍ଷୀରେ ଆଜି ବରଗଡ଼ ସହର ୨ନମ୍ବର ୱାର୍ଡ ଅଞ୍ଚଳରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜୁ ଜନତା ଦଳର ମହିଳା ଓ ଯୁବ ଶାଖାର ସଦସ୍ୟମାନେ ଏଥିରେ ଯୋଗ ଦେଇ ବିଭିନ୍ନ ଚାରା ରୋପଣ କରିଥିଲେ । ବରଗଡ଼ ପୈାରାଧ୍ୟକ୍ଷା କଳ୍ପନା ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରି ସହର ଓ ନିଜ ଆଖ ପାଖ ଅଞ୍ଚଳକୁ ସବୁଜ ସୁନ୍ଦର କରିବାକୁ କର୍ମୀମାନଙ୍କୁ ଆହ୍ୱାନ ଦେଇ ଥିଲେ ।