oom

ଯୁବପିଢିଙ୍କ ନିଆରା ଉଦ୍ୟମରେ ବୃକ୍ଷରୋପଣ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ସରେଇକେଲା ଗ୍ରାମ ଶିକ୍ଷକ ନିରାକାର ପ୍ରଧାନ ଓ ଗ୍ରାମର ଯୁବକଙ୍କ ମିଳିତ ଉଦ୍ୟମରେ ଗ୍ରାମ ନିକଟରେ ଯାଇଥିବା ପଦ୍ମପୁର ବସନା ମୁଖ୍ୟ ରାସ୍ତାର ଜାମନାଲି ଠାରୁ ଗଛଡୁଙ୍ଗୁରି ପାହାଡ଼ ଯାଏଁ ଉଭୟ ପାର୍ଶ୍ଵରେ ୧୫୦ ଗାତ ଖୋଳି ଖତ ଦେଇ ଶୁଖିଲା ଆମ୍ବ, ଜାମୁ, କରଞ୍ଜ ମଞ୍ଜି ନିଜସ୍ୱ ଉଦ୍ୟମରେ ପୋତିଛନ୍ତି । ମଞ୍ଜିରୁ ଗଜା ଅଙ୍କୁରିତ ହୋଇ ଗଛ ଗୁଡିକୁ ବଡ଼ କରି ପାରିଲେ ଆମ ପରିଶ୍ରମ ସାର୍ଥକ ହେବ ବୋଲି ନିରାକାର ପ୍ରଧାନ କହିଛନ୍ତି । ବୃକ୍ଷ ହିଁ ପ୍ରାଣୀ ଜଗତକୁ ଅମ୍ଲଜାନ ଯୋଗାଇଥାଏ, ଯାହା ପ୍ରକୃତିଦତ୍ତ । ମାତ୍ର ପ୍ରକୃତି ଉପରେ ମଣିଷର ଅନବରତ ଅତ୍ୟାଚାର ଏବଂ ଆଖିବୁଜା ଜଙ୍ଗଲ ଧ୍ୱଂସ ଯୋଗୁଁ ଗୋଟିଏ ପଟେ ଅମ୍ଲଜାନ ହ୍ରାସ ପାଉଥିବା ବେଳେ ଅନ୍ୟପଟେ ପ୍ରଦୂଷଣର ହାର ବଢିଚାଲିଛି । ତେବେ ଏଭଳି ପରିସ୍ଥିତିରୁ ମଣିଷ ସମାଜକୁ ବ୍ୟାପକ ବୃକ୍ଷରୋପଣ ହିଁ ଉଦ୍ଧାର କରିପାରିବ । ଯାହାକି ଭବିଷ୍ୟତରେ ଅମ୍ଲଜାନ ଅଭାବ ପୁରଣ କରିପାରିବ ବୋଲି ଯୁବକମାନେ କହିଛନ୍ତି । ଏହା ସହିତ ସମସ୍ତେ ଅତି କମ୍‌ରେ ଗୋଟିଏ ଲେଖାଏଁ ଗଛ ଲଗେଇବା ପାଇଁ ନିବେଦନ କରିଛନ୍ତି । ପରିବେଶ ବଞ୍ଚାଇବା ପାଇଁ ଯୁବକମାନଙ୍କ ନିଆରା ଉଦ୍ୟମକୁ ଜନସାଧାରଣରେ ପ୍ରଶଂସା କରାଯିବା ସହିତ ଗାଈଗୋରୁ, ଛେଲିମେଣ୍ଢା ଠାରୁ ବଞ୍ଚେଇବା ପାଇଁ ଜଙ୍ଗଲ ଵିଭାଗ ତରଫରୁ ଆବଶ୍ୟକିୟ ବାଡ଼ ଯୋଗାଇଦେଲେ ମଞ୍ଜି ପୋତିବା ଉଦେଶ୍ୟ ସଫଳ ହୋଇ ପାରିବ ବୋଲି ସେମାନେ ଅନୁରୋଧ କରିଛନ୍ତି ।

jittmm
Leave A Reply

Your email address will not be published.