oom

ବନ୍ଧପଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବନ୍ଧପଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କୃଷ୍ଣଚୁଡା ଇକୋ କ୍ଲବ (ପୁଇଁନ୍ତଲା ବ୍ଲକ) ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଯୋଗିନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ଇକୋ କ୍ଲବ ଇନ୍‌ଚାର୍ଜ ବିଜ୍ଞାନ ଶିକ୍ଷକ ଆନନ୍ଦ ବଡପଣ୍ଡା, ସମାଜସେବୀ ଆକୁଳ ବେହେରା, ପରିବେଶ ପ୍ରିୟ ନିଳମଣି ବିଶ୍ୱାଲ ନିଜେ ଆଣିଥିବା ପଣସ, ପିଜୁଳି, ଅଁଳା ସହିତ ବିଭିନ୍ନ ଚାରାରୋପଣ କରାଯାଇଥିଲା । ଶିକ୍ଷକ ସଂକୀର୍ତନ ତ୍ରିପାଠି, ପ୍ରବୀଣ ନାରାୟଣ ପଣ୍ଡା, ଅଜିତ କୁମାର ଗୁରୁ, ଗଜିନ୍ଦ୍ର ନାଏକ, ପବିତ୍ର ମୋହନ ପଧାନ, ହରିବୋଲ ପଧାନ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.