ଗଞ୍ଜାମ ବ୍ଲକ ବିଜେପି ଓବିସି ମୋର୍ଚ୍ଚା ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ନେତୃତ୍ୱରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତରେ ରହିଥିବା ପ୍ରସିଦ୍ଧ ମା’ ରାମଚଣ୍ଡୀ ପାହାଡ଼ ଶକ୍ତିପୀଠ ପରିସରରେ ଭାଜପା ଓବିସି ମୋର୍ଚ୍ଚା ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ୫୦ ଗୋଟି କଦମ୍ବ ବୃକ୍ଷ ରୋପଣ କରାଯାଇଥିଲା । ଛତ୍ରପୁର ନିର୍ବାଚନ ମଣ୍ଡଳୀର ନେତା ପ୍ରଶାନ୍ତ କୁମାର କର, କରପଡା ସରପଞ୍ଚ ପ୍ରତିନିଧି ଭାସ୍କର ନାୟକ, ଗଞ୍ଜାମ ଏନ୍‌ଏସି ମଣ୍ଡଳ ସଭାପତି ସୁଦାମ ଜେନା, ମିଥୁନ ପଲାଇ, ଡମ୍ବରୁ ନାୟକ, ଅନିଲ ବେହେରା, ବାସୁଦେବ ବେହେରା ପ୍ରମୁଖଙ୍କ ସମେତ ଅନ୍ୟ ଭାଜପା କର୍ମୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.