ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଗୁଆଳିପଡା ପଂଚାୟତର ଗତେଶ୍ୱରଦେବ ନୋଡାଲ ଉ.ପ୍ରା ବିଦ୍ୟାଳୟ, ହୁମରଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଗୁଆଳିପଡା ଗ୍ରାମ ପଂଚାୟତ ସରପଂଚ କାଳନ୍ଦୀ ଚରଣ ଜେନା, ନାଏବ ସରପଂଚ ବ୍ରହ୍ମାନନ୍ଦ ପରିଡା, ମଣ୍ଡଳ ଶିକ୍ଷାଧୀକାରୀ ନିରଞ୍ଜନ ପାତ୍ର, ସହ ଶିକ୍ଷାଧୀକାରୀ ଯୁଧିଷ୍ଠିର ପରିଡା ଓ ଲକ୍ଷ୍ମଣ ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବ୍ରହ୍ମାନନ୍ଦ ପରିଡା ସଦସ୍ୟ ବିପିନୀ ପରିଡା ପ୍ରମୁଖ ଉପସ୍ଥିତିରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ସୂର୍ଯ୍ୟନାରାୟଣ ସେଠୀ, ପ୍ରଧାନ ଶିକ୍ଷକ ପବିତ୍ର ମୋହନ ଜେନା, ନିରଞ୍ଜନ ସାହୁ, ରେଂଚ କ୍ଲଷ୍ଟର ସିଆରସିସି ଦୁର୍ଯ୍ୟୋଧନ ପ୍ରଧାନ ଓ ପରିବେଶବିତ୍ ପ୍ରଫୁଲ୍ଲ କୁମାର ରାଉତ, ବରିଷ୍ଠ ସାମ୍ବାଦିକ ପ୍ରଶନ୍ନ ମିଶ୍ର ଓ ଚିତରଞ୍ଜନ ଜେନା, ଶିକ୍ଷାବିତ୍ ଦିବାକର ପ୍ରଧାନ, ଶିକ୍ଷକ ମନୋରଞ୍ଜନ ଜେନା, ବିଦ୍ୟାଳୟର ୟୁଥ ଓ ଏବଂ ୟୁକୋ କ୍ଲବର ଛାତ୍ର ଦେବାଶିଷ ପରିଡା ୱାର୍ଡମେମ୍ବର ବାବୁଲି ବିଶ୍ୱାଳ ପ୍ରମୁଖ ଯୋଗଦେଇ ବୃକ୍ଷର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ । ବିଦ୍ୟାଳୟ ପରିସରରେ ଅତିଥିମାନଙ୍କ ଦ୍ୱାରା ଆମ୍ବ, ସେପେଟା, ଲେମ୍ବୁ, ଚାଉଳିଆ, ଅମୃତଭଣ୍ଡା, ଶିଶୁ, ଶାଗୁଆନ, ଚାକୁଣ୍ଡା ଆଦି ବିଭିନ୍ନ ପ୍ରକାର ଚାରାର ବୃକ୍ଷ ରୋପଣ କରାଯାଇଥିବା ବେଳେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲ୍ଲିପ କୁମାର ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଗ୍ରାମବାସୀ ଓ ବିଦ୍ୟାଳୟ କମିଟି ସଭ୍ୟ/ସଭ୍ୟାମାନେ ଏଥିରେ ସହଯୋଗ କରିଥିଲେ ।