ମା’ସାହାଜୀ ଯୁବକ ସଂଘ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା’ ସାହାଜୀ ଯୁବକ ସଂଘ କପିଲାଭଟା ଓ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ ଆଜି ସଂଘର କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ଜିତାମିତ୍ର ବିଶିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଫରେଷ୍ଟର ପ୍ରିୟରଥ ନାଏକ, ସମ୍ମାନୀୟ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ର ବଙ୍ଗୋମୁଣ୍ଡା ବ୍ଲକର ସ୍ୱେଚ୍ଛାସେବୀ ଯୋଗେଶ କୁମାର ସାହୁ, ଜଗନ୍ନାଥ ବେହେରା, ମହିପାଳ ଷାଣ୍ଢ, ନିରାକାର ବନଛୋର, ଦୁଷ୍ମନ୍ତ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ମାଁ ସାହାଜୀ ଯୁବକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ ପରିଚାଳନା କରିଥିଲେ । ଏଥିରେ ରୋଶନ ବିଶି, ଚନ୍ଦ୍ର ଶେଖର ବିଶି, ଦେବାଶିଷ ବିଶି, ଶୁଭାଶିଷ ବିଶି, ଅନୀଲ ସୁନା, ଓମ୍‌କାର ବାଗ, ଦୀପକ ରଞ୍ଜନ ହଂସ, ପ୍ରମୋଦ ହଂସ ସମେତ ମା’ସାହାଜୀ ଯୁବକ ସଂଘର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.