- ଯୋଗଦେଲେ ଟ୍ରି ମେନ ଓ ସରପଞ୍ଚ ନରେଶ ଅଗ୍ରୱାଲ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଖୋଲାନ ଗ୍ରାମ ପଞ୍ଚାୟତର ବ୍ରାହ୍ମଣୀପଡ଼ାର ଖେଳ ପଡିଆରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସରପଞ୍ଚ ନରେଶ ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟ୍ରି ମେନ ଭାବେ ସୁନାମ ଅର୍ଜନ କରିଥିବା ଟିଟିଲାଗଡ଼ ସହରର ଉପେନ୍ଦ୍ର ବାଗ ଯୋଗଦେଇ ନିଜେ ଗାତ ଖୋଳି ବୃକ୍ଷରୋପଣ କରିଥିଲେ । ଏହି ଅବସରରେ ପଞ୍ଚାୟତର ଏଡିଇଓ ସରୋଜ ତାଣ୍ଡି, ବ୍ରାହ୍ମଣୀପଡ଼ାର ଯୁବକ ଭୋଳାସାଗର ମୁଗ୍ରୀ, ଜୟଦେବ ମୁଗ୍ରୀ, ବୀରମନି ମୁଗ୍ରୀ, ଦୟାନିଧି ଛୁରା, ଅଶୋକ ମୁଗ୍ରୀ, ହଜ ମୁଗ୍ରୀ ଉପସ୍ଥିତ ରହି ଏହି ମହତ କାର୍ଯ୍ୟ କରିଥିଲେ । ଆଗାମୀ ଦିନରେ ଏହି ଅଭିଯାନ ପଞ୍ଚାୟତର ଅନ୍ୟାନ୍ୟ ସ୍ଥାନ ମାନଙ୍କରେ କରାଯିବ ବୋଲି ସରପଞ୍ଚ ଶ୍ରୀ ଅଗ୍ରୱାଲ ସୁଚନା ଦେଇଛନ୍ତି ।