oum

ହବିଷ୍ୟାଳିଙ୍କୁ ଅଁଳା ବୃକ୍ଷଦାନ ଅଭିଯାନ ଆରମ୍ଭ

jsm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ସବୁଜ ଡେଲାଙ୍ଗ ଟ୍ରଷ୍ଟ, ବୋଲକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ପବିତ୍ର ଅଁଳା ନବମୀରେ ଅଁଳା ବୃକ୍ଷଦାନ ଅଭିଯାନ ଆରମ୍ଭ ହୋଇଯାଇଛି । ପ୍ରତ୍ୟୁଷରୁ ବୋଲକଣା ଗ୍ରାମର ଆରାଧ୍ୟ ଦେବ ଐଶାନ୍ୟଶ୍ୱର ଦେବଙ୍କ ପ୍ରାଙ୍ଗଣରେ ଥିବା ରାଧାମୋହନ ଦେବଙ୍କ ସମ୍ମୁଖରେ ଥିବା ଅଁଳା ବୃକ୍ଷଙ୍କୁ ହବିଷ୍ୟାଳିମାନଙ୍କ ଗହଣରେ ପୂଜାର୍ଚନା କରାଯାଇଥିଲା । ପରେ ପରେ ପ୍ରାଙ୍ଗଣରେ ଥିବା ପୁରାତନ ବକୁଳ ବୃକ୍ଷ, ବିଲ୍ଵ ବୃକ୍ଷ ଓ ନିମ୍ବ ବୃକ୍ଷକୁ ପୂଜାର୍ଚନା କରାଯାଇଥିଲା । ଧର୍ମ ପରାୟଣା ହବିଷ୍ୟାଳି ତଥା ପୂର୍ବତନ ୱାର୍ଡସଭ୍ୟା ଜାନକୀ ପାଢ଼ୀ, ରାଧାମାଣୀ ପାଢ଼ୀ, ହାରାମଣୀ ସାହୁ, ଗଛ ହସିଲେ ଜଗତ ହସେ ପୁସ୍ତକର ସ୍ରଷ୍ଟା ଆଇନୀଜୀବୀ ହୃଷୀକେଶ ପାଢ଼ୀ “ବୃକ୍ଷ ଦାନ ମହା ପୁଣ୍ୟ ଅଭିଯାନ’ ବ୍ୟାନରଟିକୁ ଲୋକାର୍ପଣ କରିଥିଲେ । ଉକ୍ତ ଅଭିଯାନ ଗୁଡ଼ୁପାଇଲୋ ଗ୍ରାମର ନୀଳକଣ୍ଠେଶ୍ଵର ମନ୍ଦିର ପର୍ଯ୍ୟନ୍ତ ଯାଇ ସେଠାରେ ଥିବା ହବିଷ୍ୟାଳିମାନଙ୍କୁ ଅଁଳା ବୃକ୍ଷ ଦାନ କରିଥିଲେ ।

Leave A Reply

Your email address will not be published.