ବୃଦ୍ଧଙ୍କୁ ଦଳି ଦେଲେ ଦୁଇ ଦନ୍ତା

ରାସଗୋବିନ୍ଦପୁର : ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ସାରୁମୂଳା ଅଞ୍ଚଳରେ ଏକ ବୃଦ୍ଧ ନିଜର ନିତ୍ୟ କର୍ମ ପାଇଁ ଯାଇଥିବା ବେଳେ ଦୁଇଟି ବଣୁଆ ଦନ୍ତା ହାତୀର ଆକ୍ରମଣ ବୃଦ୍ଧଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସୂଚନା ଅନୁଯାୟୀ, ପଡ଼ୋଶୀ ପଶ୍ଚିମବଙ୍ଗର ବେଡ଼ାଜାଲ ଗ୍ରାମର ୮୦ ବର୍ଷୀୟ ଅଧର ପାତ୍ର ତାଙ୍କ ଜ୍ୱାଇଁ ସାରୁମୁଲାର ପୁଲିନ ପାତ୍ରଙ୍କ ଘରେ ରହିଆସୁଥିଲେ । ଭୋର ସମୟରେ ନିତ୍ୟକର୍ମ ପାଇଁ ଯାଇଥିବା ବେଳେ ଦୁଇଟି ହାତୀ ତାଙ୍କୁ ଆକ୍ରମଣ କରିଥିଲେ । ବୃଦ୍ଧ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ତେବେ ସେହି ଗ୍ରାମର ଅକ୍ଷୟ ପରିଡ଼ା, ସମାଜସେବୀ ଉତ୍ତମ ମହାନ୍ତି ବନବିଭାଗର କର୍ମଚାରୀଙ୍କୁ ଜଣାଇବା ପରେ ଫରେଷ୍ଟ ଗାର୍ଡ ଅଶୋକ କୁମାର ନାୟକ ପହଞ୍ଚି ନିଜର ଗାଡ଼ିରେ ରାସଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.