ଝାରସୁଗୁଡ଼ା : କୂଅରେ ପଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ଇବ୍ଥର୍ମାଲ ଡବ୍ଲୁଆଇ କଲୋନୀରେ କୂଅରେ ପଡ଼ି ସୁବାସିନୀ କେଛୋ(୬୯)ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତାଙ୍କ ଗୋଡ଼ ଖସି ଯିବାରୁ ଘର ଅଗଣାରେ ଥିବା ଏକ କୂଆରେ ସୁବାସିନୀ ପଡ଼ି ଯାଇଥିଲେ । ପରିବାର ଲୋକ ଉଦ୍ଧାର କରି ତାଙ୍କୁ ସ୍ଥାନୀୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବନହରପାଲି ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଘଟଣାର ତଦନ୍ତ କରୁଛନ୍ତି ଏଏସ୍ଆଇ ଅମ୍ରିତା ମୁଣ୍ଡା ।