centurian jitm

ବରଗଡ଼ ମୁଖ୍ୟ କେନାଲରେ ବୁଡି ବୃଦ୍ଧା ମୃତ

nschool

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ମୁଖ୍ୟ କେନାଲରେ ବୁଡି ଜଣେ ମହିଳାଙ୍କ ମୃତ ହୋଇଥିବା ସୂଚନା ମିଳିଛି । ମୃତ ମହିଳା ଜଣକ ହେଲେ ଭଟଲି ବ୍ଲକ ନୁନିଆଁ ଜାମପାଲି ଗ୍ରାମର ଛାୟା ମହାନନ୍ଦ (୬୨) । ସେ ଗତ ୯ ତାରିଖ ସକାଳୁ( ରବିବାର ଦିନ) ନିଜ ଝିଅ ଘର କାଇଁଶିର ଗ୍ରାମକୁ ଯିବା ପାଇଁ ଘରୁ ବାହାରିଥିଲେ । ହେଲେ ତାର ପରଦିନ ଅର୍ଥାତ ସୋମବାର ସକାଳ ପର୍ୟ୍ୟନ୍ତ ସେ ଝିଅ ଘର କାଇଁଶିରକୁ ନ ପହଞ୍ଚିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ଏ ନେଇ ବରଗଡ଼ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଆଜି ସକାଳୁ ଜଡ଼ା ନିକଟସ୍ଥ ମୁଖ୍ୟ କେନାଲରେ ଭାସୁ ଥିବା ଦେଖି ସ୍ଥାନୀୟ ଲୋକେ ଭଟଲି ପୋଲିସକୁ ଖବର ଦେଇଥିଲେ । ତେବେ ପରିବାର ଲୋକେ ଖବର ପାଇ ଶବ ଚିହ୍ନଟ କରିଥିଲେ । ତେବେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ଭଟଲି ଥାନା ୧/୨୦୨୧ରେ ଏକ ଅପମୃତ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଭଟଲି ଥାନା ଅଧିକାରୀଙ୍କଠୁ ସୂଚନା ମିଳିଛି । ଏଠାରେ ସୂଚନାଯୋଗ୍ୟ ଯେ, ଗତ ଏକ ସପ୍ତାହ ମଧ୍ୟରେ ଦୁଇଜଣ ମହିଳା ବରଗଡ଼ ମୁଖ୍ୟ କେନାଲରେ ବୁଡି ପ୍ରାଣ ହରାଇଛନ୍ତି ।

Leave A Reply

Your email address will not be published.