ls

ଘଞ୍ଚ ଅରଣ୍ୟ ଭିତରେ ଦିନ ବିତାଉଛନ୍ତି ବୃଦ୍ଧବୃଦ୍ଧା

sb

ତୁରେକେଲା, (କୈଳାଶ ସଗ୍ରିଆ) : ବଡଡକଲା ଗ୍ରା.ପ. ଅନ୍ତର୍ଗତ ତେନ୍ତେଲଖୁଣ୍ଟି, ଝରନମାଲ ଜଙ୍ଗଲ ଭିତରେ ଶାନ୍ତି ପହରିଆ ନିଜ ସ୍ତ୍ରୀ ଯାଗନି ପହରିଆ ସହିତ ଘଞ୍ଚ ଅରଣ୍ୟ ଭିତରେ ଦିନ ବିତାଉଥିବା ଜଣାପଡିଛି । ସୂଚନା ଅନୁସାରେ ଶାନ୍ତି ପହରିଆ ୧୯୮୨ ମସିହାରୁ ବସବାସ କରୁଥିବା ବେଳେ ଗତ ୨୪/୦୭/୧୯୮୭ ମସିହାରେ ଜଙ୍ଗଲ ଜମି ପଟ୍ଟା ପାଇଥିଲେ । ଏହି ଜଙ୍ଗଲ ଭିତରେ ପ୍ରାୟ ଦଶ ପରିବାର ରହୁଥିଲେ । ଶୁଣିବାକୁ ମିଳେ ସରକାରଙ୍କ ତରଫରୁ ଘର ମଞ୍ଜୁର କରାଯାଇଥିଲା । ଉକ୍ତ ପଡାକୁ ରାସ୍ତା ନିର୍ମାଣ ଓ ଇଲେକ୍ଟ୍ରିର ସୁବିଧା ମଞ୍ଜୁର ହୋଇଥିବା ଜଣାପଡିଛି । କିନ୍ତୁ କେଉଁ କାରଣରୁ ପଞ୍ଚାୟତ ପ୍ରଶାସନ ଏହାକୁ ମନା କରିଛି କାହା ଜଣାପଡିନାହିିଁ । ବର୍ତ୍ତମାନ ଶାନ୍ତି ପହରିଆ ନିଜ ସ୍ତ୍ରୀ ବାଉଁଶର କୁଲା, ଭୁଗା, ଟୋକେଇ ଅନେକ ଜିନିଷ ତିଆରି କରି ନିଜର ପେଟ ପୋଷୁଥିବା ଜଣାପଡିଛି । ଏହି ଝରନମାଲ ପଡ଼ାରେ ପାଣିର ସୁବିଧା, ଯିବା ଆସିବା ପାଇଁ ରାସ୍ତାର ସୁବିଧା ଏବଂ ଇଲେକ୍ଟ୍ରିର ସୁବିଧା କରିବା ପାଇଁ ଅନୁରୋଧ କରିଛନ୍ତି । ଏଥିପ୍ରତି ପ୍ରଶାସନର ଏକ ଦୃଷ୍ଟି ଗୋଚର କରାଯାଉ ବୋଲି ଶାନ୍ତି ପହରିଆ ଦାବୀ କରିଛନ୍ତି ।

pc pk
Leave A Reply

Your email address will not be published.