ବ୍ରାଉନସୁଗାର ପାଇଁ ଦୁଇ ସାଙ୍ଗକୁ ଜାଳିଦେଲା ନିଶାସକ୍ତ ସାଙ୍ଗ

ଭୁବନେଶ୍ୱର/ବାରଙ୍ଗ : ଭୁବନେଶ୍ୱର ଉପକଣ୍ଠ ବାରଙ୍ଗ ବଙ୍ଗାଳି ସାହିରେ ବ୍ରାଉନସୁଗର ପାଇଁ ତୁମୁଳ କାଣ୍ଡ ଘଟାଇଛନ୍ତି ଜଣେ ନିଶାସକ୍ତ ଯୁବକ । ଦୁଇ ଜଣ ସାଙ୍ଗକୁ ପେଟ୍ରୋଲ ପକାଇ ଜାଳି ଦେଇଥିବା ଅଭିଯୋଗ । ଦୁଇ ଜଣ ପେଟ୍ରୋଲ ନିଆଁରେ ପୋଡି ହୋଇ ଗୁରୁତର ହୋଇଥିବା ବେଳେ ଉଭୟଙ୍କୁ ଚିକିତ୍ସା ପାଇଁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ପେଟ୍ରୋଲ ପକାଇ ନିଆଁ ଲଗାଇଥିବା ବ୍ୟକ୍ତି କାହ୍ନୁ ଦାସଙ୍କୁ ପୋଲିସ ଥାନାରେ ଅଟକ ରଖିଛି । ତେବେ ନିଆଁରେ ଗୁରୁତର ହୋଇଥିବା ଦୁଇଜଣ ତାପସ କର ଓ ଅଭିଜିତ୍ ହଲଦର ବୋଲି ଜଣାପଡିଛି । ସୂଚନା ମୁତାବକ ଗୁରୁବାର ସନ୍ଧ୍ୟାରେ ବାରଙ୍ଗ ବଙ୍ଗାଳି ସାହିରେ ତାପସ କର, କାହ୍ଲୁ ଦାସ ଓ ଅଭିଜିତ୍ ହଲଦର ତିନି ସାଙ୍ଗ ମିଳିମିଶି ବ୍ରାଉନ ସୁଗାର ସେବନ କରୁଥିଲେ । ଅଧିକ ବ୍ରାଉନସୁଗାର ଆବଶ୍ୟକ ହେବାରୁ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା । ବିବାଦ ଏପରି ଉଗ୍ର ରୂପ ନେଲା ଯେ ଜଣେ ସାଙ୍ଗ କାହ୍ଲୁ ଦାସ ତାର ଦୁଇ ସାଙ୍ଗ ତାପସ ଓ ଅଭିଜିତଙ୍କୁ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିଲା । ଦୁଇଜଣ ହୁତୁହୁତୁ ହୋଇ ଜଳିବା ବେଳେ ସ୍ଥାନୀୟ ଲୋକେ ଆସି ନିଆଁକୁ କାବୁ କରିଥିଲେ । ଏଥି ସହିତ ଦୁଇଜଣ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି କଟକ ବଡ ମେଡିକାଲ ପଠାଇଥିଲେ ।

Leave A Reply

Your email address will not be published.