
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ବନଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀଡୁଙ୍ଗୁରୀ ଠାରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣରେ କାଠ ଓ ଏକ କାଠ ବୋଝେଇ ଟ୍ରାକ୍ଟର ଜବତ କରାଯାଇଥିବା ନେଇ ସୂଚନା ମିଳିଛି । ତେବେ ଡିଏଫଓ ନିତିଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ବନଖଣ୍ଡର ରେଂଜର କେଶବ କିଶୋର ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବନଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀଡୁଙ୍ଗୁରୀ ଠାରେ ଏହି ଚଢାଉ କରାଯାଇ ବିପୁଳ ପରିମାଣରେ କାଠ ଓ ଏକ କାଠ ବୋଝେଇ ଟ୍ରାକ୍ଟର (ଓଆର୍ ୦୩ ଜେ୦୨୫୮)କୁ ଜବତ କରାଯାଇ ସ୍ଥାନୀୟ ରେଂଜ ଅଫିସକୁ ଅଣାଯାଇଥିବା ନେଇ ଜଣାପଡିଛି ।
