ବ୍ରହ୍ମପୁର ରେଡ୍‌କ୍ରସ୍‌ ବ୍ରେଲି ପ୍ରେସ୍‌ରୁ ପଦ୍ମପୁର ଉପନିର୍ବାଚନ ପାଇଁ ଗଲା ବ୍ରେଲି ବାଲଟ୍

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟର ଏକମାତ୍ର ବ୍ରେଲି ପ୍ରେସ୍ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଠାରେ ରହିଛି । ନିର୍ବାଚନ ସମୟରେ ରାଜ୍ୟର ସମସ୍ତ ମତଦାନ କେନ୍ଦ୍ରକୁ ଏହିଠାରୁ ହିଁ ବ୍ରେଲି ବାଲଟ୍ ପଠାଯାଇଥାଏ । ଗତ ମାସରେ ଭଦ୍ରକ ଜିଲ୍ଲା ଧାମନଗର ଉପନିର୍ବାଚନ ପାଇଁ ବ୍ରେଲି ବାଲଟ୍‌ ପଠାଯାଇଥିବା ବେଳେ ବୁଧବାର ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ପାଇଁ ବ୍ରହ୍ମପୁର ରେଡ୍‌କ୍ରସ୍‌ ବ୍ରେଲି ପ୍ରେସ୍‌ରୁ ୪୦୦ ବାଲଟ୍‌ ପଠାଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ବରଗଡ଼ ଜିଲ୍ଲା ପାଇକମାଲ ତହସିଲଦାର ଅକ୍ଷୟ ବାଗ୍‌ଙ୍କୁ ବାଲଟ୍ ହସ୍ତାନ୍ତର କରିଛନ୍ତି । ପଦ୍ମପୁର ଉପନିର୍ବାଚନରେ ଦୃଷ୍ଟିହୀନ ମତଦାତାଙ୍କ ପାଇଁ ଆବଶ୍ୟକ ବ୍ରେଲି ବାଲଟ୍ ପ୍ରେରଣ ପାଇଁ ସପ୍ତାହେ ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଆସିଥିଲା । ବ୍ରେଲି ପ୍ରେସ୍ ମ୍ୟାନେଜର୍ ପ୍ରକାଶ କୁମାର ରଥଙ୍କ ତତ୍ତ୍ଵାବଧାନରେ ବ୍ରେଲି ପ୍ରେସ୍‌ରେ ଏହି ବାଲଟ୍‌ ପ୍ରସ୍ତୁତ କରାଯାଇଥିଲା । ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀ, ସ୍ବାଧୀନ ପ୍ରାର୍ଥୀ ଓ ନୋଟା ଚିହ୍ନ ପ୍ରଦତ୍ତ ବ୍ରେଲି ବାଲଟ୍ ପ୍ରସ୍ତୁତି ପରେ ବୁଧବାର ପାଇକମାଲ ତହସିଲଦାରଙ୍କୁ ହସ୍ତାନ୍ତର କରାଯାଇଛି ।

Leave A Reply

Your email address will not be published.