ଚୈତ୍ର ମାସ ମଙ୍ଗଳବାର ବ୍ରତ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ଜଗଦାର ମହିଳାମାନେ ସାମୁହିକ ଭାବେ ଚୈତ୍ର ମାସର ଶେଷ ମଙ୍ଗଳବାର ବ୍ରତ ବିଧିପୂର୍ବକ ପାଳନ କରିଥିଲେ । ସମାଜସେବୀ ରିତା ସାମଲଙ୍କ ନେତୃତ୍ୱରେ ରୁବି ନାୟକ, ଶୋଭା ମହାନ୍ତି, ବନ୍ଦନା, ମମତା, ସରସ୍ୱତୀ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ, ମଝି ରାସ୍ତାରେ କୋଠି କାଟି ନାନା ଜାତିର ଫୁଲରେ ସଜାଇ ମା’ ମଙ୍ଗଳାଙ୍କୁ ଧୂପ, ଦୀପ ଓ ନୈବେଦ୍ୟରେ ପୂଜାର୍ଚ୍ଚନା କରାଯାଇଥିଲା । ନାରୀମାନେ ନିଜର ପରିବାର ଓ ପିଲାମାନଙ୍କ ମଙ୍ଗଳ କାମନା ନିମନ୍ତେ ଏଭଳି ପୂଜାର୍ଚ୍ଚନା କରାଯାଏ ବୋଲି ଶ୍ରୀମତୀ ସାମଲ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.