ଶାନ୍ତିପଡ଼ାରେ ଫୁଟିଲା ବ୍ରହ୍ମ କମଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ହିନ୍ଦୁ ଧର୍ମରେ ବିଶ୍ୱାସ କରାଯାଏ, ସ୍ୱର୍ଗରେ ଫୁଟେ ବ୍ରହ୍ମ କମଳ । ଭାଗ୍ୟରେ ଥିଲେ ମର୍ତ୍ତ୍ୟ ମଣ୍ଡଳରେ ବ୍ରହ୍ମ କମଳ ଦେଖିବାକୁ ମିଳେ । ଗତକାଲି ଶାନ୍ତିପଡ଼ାର ଶ୍ରୀମତୀ ଝୁନୁ ଉପାଧ୍ୟାୟଙ୍କ ଘର ଅଗଣାରେ ଏକ ବ୍ରହ୍ମ କମଳ ଫୁଟିଥିବା ଦେଖିବାକୁ ମିଳିଛି । ତେବେ ବ୍ରହ୍ମ କମଳ ଫୁଟିବା ପରେ ଧୂପ ଦୀପ ଦେଇ ପୂଜା କରାଯାଇଥିବା ବେଳେ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି । ପୁଣି ବ୍ରହ୍ମ କମଳ ଦେଖିବା ପାଇଁ ଅନେକ ଅଞ୍ଚଳବାସୀଙ୍କ ସମାଗମ ଦେଖିବାକୁ ମିଳିଛି ।

Leave A Reply

Your email address will not be published.