ବୌଦ୍ଧ, (କେପିଏନ୍ଏସ୍) : ଗତକାଲି ବିଳମ୍ବିତ ରାତ୍ରିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ବୌଦ୍ଧ ଆସି ବିଜୁ ପଟ୍ଟନାୟକ ଛକ ଠାରେ ପହଞ୍ଚିବା ପରେ ଦଳୀୟ କର୍ମକର୍ତ୍ତା ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଥିଲେ । ଜିଲ୍ଲା ସର୍କିଟ ହାଉସରେ ପହଞ୍ଚି ସେଠାରେ ଦଳୀୟ କାର୍ଯ୍ୟକର୍ତ୍ତା ମାନଙ୍କ ସହ ଆଲୋଚନା କରିଥିଲେ । ପରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ବୌଦ୍ଧ ବିଧାୟକ ସରୋଜ ପ୍ରଧାନ ଓ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାର ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ୭ ଦଫା ଦାବୀପତ୍ର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା । ସର୍କିଟ ହାଉସରେ କିଛି ସମୟ ରହିବା ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ହରଭଙ୍ଗା ବ୍ଲକର ଚାରିଛକ ଅଭିମୁଖେ ବାହାରି ଯାଇଥିଲେ । ଚାରିଛକରେ ବିଜେପି କର୍ମକର୍ତ୍ତାଙ୍କ ପକ୍ଷରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ଅଂଶୁଲା ଯାତ୍ରୀ ନିବାସରେ ରାତ୍ରିଯାପନ କରିଥିଲେ । ତେବେ ଆଜି ସକାଳୁ ହରଭଙ୍ଗା ବ୍ଲକର ବିଜେପି କର୍ମୀଙ୍କ ସହ ଆଲୋଚନା କରିବା ପରେ ଭଞ୍ଜନଗର ଅଭିମୁଖେ ବହାରି ଯାଇଥିବ ସୂଚନା ମିଳିଛି ।