ବଂଗୋମୁଣ୍ଡାର କୋର୍ଟ ବିଲଡିଂଗ ଓ ବାସଗୃହ ରେଡି : ଉଦଘାଟନୀ ଅପେକ୍ଷାରେ

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଂଗୋମୁଣ୍ଡା ବ୍ଲକ ସଦର ମହକୁମାରେ ଏକ ଜେ.ଏମ.ଏଫ.ସି. କୋର୍ଟ ସ୍ଥାପନ ନେଇ ସମସ୍ତ ଭି‌ତ୍ତିଭୂମି ହୋଇସାଇରିଛି । ଏପରିକି ନୂତନ କୋର୍ଟ କାର୍ୟ୍ୟାଳୟ ଆରମ୍ଭ କରାଯିବା ପାଇଁ ବ୍ଲକ କାର୍ୟ୍ୟାଳୟ ପରିସରରେ ଥିବା ବ୍ଲକର ଏକ ସରକାରୀ କୋଠାକୁ କୋର୍ଟ ଏବଂ ଏକ ବାସଗୃହକୁ ସଂପୃକ୍ତ ମାଜିଷ୍ଟ୍ରେଟଙ୍କ ବାସଗୃହ ରୁପେ ବ୍ୟବହାର କରିବା ପାଇଁ ସ୍ଥିର କରାଯାଇ ସାରିଛି । କୋର୍ଟ ବିଲଡିଂଗ ଓ ବାସଗୃହ ଦୁଇ କୋଠାକୁ ସଂପୃକ୍ତ ବିଭାଗ ତରଫରୁ ପ୍ରସ୍ତୁତି ସରି ଯାଇଛି । ହେଲେ ସମସ୍ତ ପ୍ରକାର ଆନୁସଂଗିକ କାର୍ୟ୍ୟ ସରି ଯାଇଥିଲେ ମଧ୍ୟ ବଂଗୋମୁଣ୍ଡାରେ କୋର୍ଟ ଖୋଲାଯାଇ ପାରିନାହିଁ ତେଣୁ ଓକିଲ ସଂଘ ତରଫରୁ ଯଥା ଶୀଘ୍ର କାର୍ୟ୍ୟକାରୀ କରିବା ନେଇ ସଂଘ ସଭାପତି ରାଜୁ କୁମ୍ଭାର ଦାବୀ କରିଛନ୍ତି ।

Leave A Reply

Your email address will not be published.