jayashree

ଇସ୍ପାତ ଶ୍ରମିକ କର୍ମଚାରୀଙ୍କ ୩୯ ମାସର ଏରିଅର ଓ ପୂଜା ପୂର୍ବରୁ ବୋନସ ପ୍ରଦାନ ଦାବୀରେ ସିଆଇଟିୟୁର ବିକ୍ଷୋଭ

ରାଉରକେଲା, (ସସ୍ମିତା ପ୍ରଧାନ) : ଷ୍ଟିଲ ଓର୍‌କର୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ ଓ ସିଆଇଟିୟୁର ଡାକରାରେ ଆଜି ସେଲ୍ ଅଧିନରେ ଥିବା ସମସ୍ତ ଇସ୍ପାତ କାରଖାନା ସମ୍ମୁଖରେ ଇସ୍ପାତ ଓ ଠିକା ଶ୍ରମିକଙ୍କ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ରାଉରକେଲା ଇସ୍ପାତ କାରଖାନା ପାୱର ଗେଟ୍ ସମ୍ମୁଖରେ ଷ୍ଟିଲ ଏମ୍ପୋଇଜ ଟ୍ରେଡ୍ ୟୁନିୟନ ଓ ରାଉରକେଲା କଣ୍ଟ୍ରାକ୍ଟର ଓରକର୍ସ ୟୁନିୟନ (ସିଆଇଟିୟୁ) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଇସ୍ପାତ ଶ୍ରମିକଙ୍କ ୩୯ ମାସର ବକେୟା ଏରିଅର ତୁରନ୍ତ ପ୍ରଦାନ କରିବା, ତୃଟିପୂର୍ଣ୍ଣ ଶ୍ରମିକ ବିରୋଧୀ ବୋନସ ଚୁକ୍ତିନାମା ପ୍ରତ୍ୟାହାର କରି ଇସ୍ପାତ ଶ୍ରମିକ କର୍ମଚାରୀଙ୍କୁ ଗତବର୍ଷଠାରୁ ଅଧିକ ବୋନସ ପ୍ରଦାନ ସହିତ ଠିକା ଶ୍ରମିକଙ୍କୁ ୨୦ ପ୍ରତିଶତ ବୋନସ ପ୍ରଦାନ କରିବା, ଏନ୍‌ଜେସିଏସ୍‌ ଚୁକ୍ତିନାମା ସହମତି କରିବା ସହିତ ସ୍ଥାୟୀ ଓ ଠିକା ଶ୍ରମିକଙ୍କ ନୂତନ ମଜୁରୀ ଚୁକ୍ତିନାମା ସ୍ୱାକ୍ଷରିତ କରିବା, ୧୩ ପ୍ରତିଶତ ଏମ୍ ଜି ବି ଉପରେ ୨ଟି ଇନକ୍ରିମେଣ୍ଟ ପ୍ରଦାନ କରିବା, ଗ୍ରାଚ୍ୟୁଇଟି ସିଲିଂ ପ୍ରତ୍ୟାହାର କରିବା, ଖଣି ଅଂଚଳରେ ୧୦ ପ୍ରତିଶତ ଡିଏଏସ୍‌ଏ ପ୍ରଦାନ କରିବା, ସେଲ୍ ପେନ୍‌ସନ୍‌ କାର୍ଯ୍ୟକାରୀ କରିବା, ସେଲ୍‌ର ଘରୋଇକରଣ ବନ୍ଦ କରିବା, ରାଉରକେଲା ଇସ୍ପାତ କାରଖାନାରେ ୩୬ ହଜାର କୋଟି ଟଙ୍କାର ଆଧୁନିକିକରଣ ଓ ସଂପ୍ରସାରଣ କାର୍ଯ୍ୟ କରିବା ଦାବୀରେ ଆଜିର ବିକ୍ଷୋଭ କାର୍ଯ୍ୟକ୍ରମ ସଂଗଠିତ କରାଯାଇଛି । ଚଳିତ ବର୍ଷ ସେଲ୍‌ର ଆର୍ଥିକ କାରବାର ୧ଲକ୍ଷ ୫ ହଜାର କୋଟି ଟଙ୍କାରୁ ଅଧିକ ହୋଇ ସେଲ୍ ଇତିହାସରେ ଶ୍ରେଷ୍ଠ ବିକ୍ରୟ ବର୍ଷ ଭାବରେ ରେକର୍ଡ ସୃଷ୍ଟି କରିଥିଲା ବେଳେ ଅନ୍ୟ ପଟରେ ୮୧ ମାସ ପରେ ମଧ୍ୟ ଶ୍ରମିକ କର୍ମଚାରୀମାନଙ୍କ ମଜୁରୀ ଚୁକ୍ତିନାମା ନ ହୋଇ ପାରିବା ଓ ୩୯ ମାସର ଏରିଅର ପ୍ରଦାନ ଦିଗରେ ସେଲ୍ କର୍ତୁପକ୍ଷ କୌଣସି ପଦକ୍ଷେପ ଗ୍ରହଣ ନ କରିବା ଦୁର୍ଭାଗ୍ୟଜନକ ବୋଲି ବିକ୍ଷୋଭରେ ସିଆଇଟିୟୁ ନେତାମାନେ କ୍ଷୋଭ ପ୍ରକାଶ କରିବା ସହିତ ଆଗାମୀ ଦିନରେ ବ୍ୟାପକ ଶ୍ରମିକ ଆନ୍ଦୋଳନ ପାଇଁ ଆହ୍ୱାନ କରିଥିଲେ । ଆଜିର ବିକ୍ଷୋଭରେ ଷ୍ଟିଲ ଏମ୍ପୋଇଜ ଟ୍ରେଡ୍ ୟୁନିୟନ (ସିଆଇଟିୟୁ)ର କାର୍ଯ୍ୟକାରୀ ସଭାପତି ଶ୍ରୀମନ୍ତ ବେହେରାଙ୍କ ସଭାପତିତ୍ୱରେ ଇସ୍ପାତ ଶ୍ରମିକ ନେତା ରତ୍ନାକର ନାୟକ, ଯଜ୍ଞେଶ୍ଵର ସାହୁ, ପ୍ରଦୋଷ ପରିଡ଼ା, ସଂଗ୍ରାମ ସାମଲ, ଜେ କେ ସାହୁ, ସୁରେଶ ବେହୁରିଆ, ବିଦ୍ୟାଧର ନାୟକ, ସୂର୍ଯ୍ୟକାନ୍ତ ବାରିକ୍, ଜୀବନ ବରିହା, ପ୍ରଶାନ୍ତ ଷଡ଼ଙ୍ଗୀ, ସଂଜୟ ନାୟକ, ତ୍ରିଲୋଚନ ପାତ୍ର, ଠିକା ଶ୍ରମିକମାନଙ୍କ ନେତା ବି ପି ମହାପାତ୍ର, ରାଜ କିଶୋର ପ୍ରଧାନ, ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି ବିଶ୍ଵଜିତ ମାଝୀ, ଦିବାକର ମହାରଣା, ବଛିରାମ ବେହେରା, ସାଗର ଛୋଟରାୟ, ବସନ୍ତ ପାଢ଼ୀ, ଅନାଦି ସାହୁ ଓ ଖଣି ଶ୍ରମିକଙ୍କ ନେତା ପ୍ରଭାତ ପଣ୍ଡା ପ୍ରମୁଖ ନେତୃତ୍ୱ ନେଇଥିଲେ ।

Leave A Reply

Your email address will not be published.