ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ବୋମାମାଡ଼, ଜଣେ ଅଟକ

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ବୋମାମାଡ଼ । ହୋଟେଲ୍‌ରେ ଖାଇବା ବେଳେ ବଚସାକୁ ନେଇ ବୋମାମାଡ଼ ହୋଇଥିବା ସୂଚନା ମିଳିଛି । ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାନୁଯାୟୀ, ରବିବାର ବିଳମ୍ଵିତ ରାତିରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଏକ ହୋଟେଲରେ ଖାଇବା ବେଳେ ବଚସା ହୋଇଥିଲା । ଏହାପରେ ୨ ଜଣ ଆସି ବୋମାମାଡ଼ କରିଥିଲେ । ଏହାର କିଛି ସମୟ ପରେ ପୁନର୍ବାର ଆସି ବୋମାମାଡ଼ କରିଥିଲେ । ତେବେ ବୋମାମାଡ଼ରେ କ୍ଷୟକ୍ଷତି ସମ୍ପର୍କରେ ସବିଶେଷ ତଥ୍ୟ ମିଳିନାହିଁ । ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ସହ ଜଣଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡିଛି ।

Leave A Reply

Your email address will not be published.

error: Content is protected !!