jayashree

ବୋମାମାଡ଼ କରି ବ୍ୟାଙ୍କ ଏଟିଏମ ଲୁଟିନେଲେ ଦୁର୍ବୃତ୍ତ

ଖଇରା : ବୋମାମାଡ଼ କରି ବ୍ୟାଙ୍କ ଏଟିଏମ୍‌ ଲୁଟିନେଲେ ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ଗତକାଲି ରାତିରେ ଦୁର୍ବୃତ୍ତମାନେ ବୋମାମାଡ଼ କରି ଆକ୍ସିସ ବ୍ୟାଙ୍କ ଏଟିଏମ ଲୁଟି ନେଇଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ୨ଟି ବୋଲେରୋରେ ଆସି ଏଟିଏମ୍‌ ସାମ୍ନାରେ ପ୍ରଥମେ ବୋମାମାଡ଼ କରିଥିଲେ । ଏହାଫଳରେ ସେଠାରେ ଥିବା ଲୋକମାନେ ଭୟଭୀତ ହୋଇ ଘରେ ପଶି ଯାଇଥିଲେ । ପରେ ରାତି ୨ଟା ସମୟରେ ଖଇରା ଥାନା ଅଧିକାରୀ ଗୟାଧର ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ତେବେ ଲୁଟେରାମାନେ ଏଟିଏମ୍‌ ମେସିନକୁ ଗ୍ୟାସ କଟରରେ କାଟିବା ସହ ସେଠାକାର ସିସିଟିଭିକୁ ପୋଡ଼ି ନଷ୍ଟ କରି ଦେଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ଭୟର ଆତଙ୍କ ଖେଳିଯାଇଛି ।

Leave A Reply

Your email address will not be published.