om academy

ସର୍ଚ୍ଚ ଅପରେସନ ବେଳେ ଉଦ୍ଧାର ହେଲା ଏକ୍ସକ୍ଲୁସିଭ ଟିଫିନ୍ ବୋମା

jsm

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ସୁନ୍ଦରଗଡ ଜିଲ୍ଲା କେ ବଲାଙ୍ଗ ଥାନା ଅନ୍ତର୍ଗତ ଟୋପାଢ଼ିହି ପାର୍ଶ୍ଵରୁ ଡିବିଏଫ୍‌ ଯବାନମାନଙ୍କ ଦ୍ୱାରା ୧୦ କେଜିରୁ ଅଧିକ ଓଜନର ଟିଫିନ୍ ବୋମା ଜବତ ହୋଇଛି । ସ୍ଥାନୀୟ ପୋଲିସ ଓ ଡିଭିଏଫ୍‌ ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନ ବେଳେ ଏହି ଏକ୍ସକ୍ଲୁସିଭ୍ ଟିଫିନ୍ ବୋମା ଉଦ୍ଧାର ହୋଇଛି । ବୋମା ନିଷ୍କ୍ରିୟ ଟିମ୍‌ ଜବତ୍‌ ଟିଫିନ୍ ବୋମାକୁ ନିକଟ ଜଙ୍ଗଲରେ ନିଷ୍କ୍ରିୟ କରିଥିବା ସୂଚନା ମିଳିଛି । ଏଇ ଘଟଣା ସମ୍ବନ୍ଧରେ ବଣାଇ ଏସ୍‌ଡିପିଓ ସ୍ୱରାଜ ଦେବତାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଯେଉଁ ଟିଫିନ ବୋମା ଉଦ୍ଧାର କରାଯାଇଛି ତାହା ନିଷ୍କ୍ରିୟ ହୋଇଯାଇଛି । ଏ ଅଞ୍ଚଳରେ ଯେତେବେଳେ ନକ୍ସଲମାନେ ସକ୍ରିୟ ଥିଲେ ସେହି ସମୟରେ ଏହା ଖଞ୍ଚା ଯାଇଥିଲା । ଏବେ ଯେହେତୁ ବର୍ଷା ସମୟ ବର୍ଷାରେ ମାଟି ଧୋଇହେବା ଫଳରେ ଏହି ନିଷ୍କ୍ରିୟ ବୋମା ମାଟି ଉପରକୁ ଦେଖା ଯାଉଥିଲା ସର୍ଚ୍ଚ ଅପରେସନ ସମୟରେ ସେହି ଟିଫିନ୍ ବୋମା ଯବାନଙ୍କ ରାଡ଼ାରରେ ଆସିଥିଲା ଫଳରେ ସ୍ଥାନୀୟ ପୋଲିସ ଓ ସିଆର୍‌ପିଏଫ୍‌ ଯବାନ ଓ ବମ୍ ସ୍କ୍ୱାର୍ଡ ଟିମଙ୍କ ଉପସ୍ଥିତିରେ ତାକୁ ଚେକ୍ କଲା ପରେ ତାହା ନିଷ୍କ୍ରିୟ ଥିବା ଜଣାପଡିଥିଲା । ତାକୁ ଆମେ ନଷ୍ଟ କରିବା ସହିତ ସେ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛୁ ବୋଲି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.