ଆଜି ଶ୍ରାବଣର ପ୍ରଥମ ସୋମବାର, ଶୈବପୀଠରେ ବୋଲବମ ଭକ୍ତଙ୍କ ଭିଡ଼

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଶ୍ରାବଣର ପ୍ରଥମ ସୋମବାର । ସହରର ଶୈବପୀଠଗୁଡିକରେ ବୋଲବମ୍‌ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଦୀର୍ଘ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ଶ୍ରାବଣରେ ବୋଲବମ୍‌ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁନଥିବା ବେଳେ ଚଳିତ ବର୍ଷ କାଉଡିଆଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ବୋଲବମ୍ ନାରାରେ ବାଟଘାଟ ଉଛୁଳି ପଡୁଛି ।

Leave A Reply

Your email address will not be published.