centurian jitm

ବଲାଙ୍ଗିରରେ ପୁଣି ମର୍ଡର : ବିଷ୍ଣୁମୁଣ୍ଡାର ମନୋଜ ନାଏକଙ୍କୁ ନୃଶଂସ ହତ୍ୟା

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ପୁଣି ମର୍ଡର । ଗତକାଲିର ହତ୍ୟାକାଣ୍ଡ ସାରା ସହରକୁ ସ୍ତବ୍ଧ କରି ଦେଇଥିବା ବେଳେ ଆଜି ପୁଣି ଏକ ମର୍ଡର୍‌ ଘଟଣା ବଲାଙ୍ଗିର ସହରକୁ ତାଜୁବ୍‌ କରି ପକାଇଛି । ଯୁବକଙ୍କୁ ଟାଙ୍ଗିଆ ଚୋଟ ମାରି ହତ୍ୟା କଲା ନୃଶଂସ ହତ୍ୟାକାରୀ । ହତ୍ୟା ପରେ ହତ୍ୟାକାରୀ ଫେରାର ମାରିଛି । ଏଭଳି ଘଟଣା ବଲାଙ୍ଗିର ସହରର ବିଷ୍ଣୁମୁଣ୍ଡାରେ ଘଟିଥିବା ବେଳେ ମୃତକ ଜଣକ ବିଷ୍ଣୁମୁଣ୍ଡାର ମନୋଜ ନାଏକ (୪୬) ବୋଲି ସୂଚନା ରହିଛି । ମୃତକ ମନୋଜ ଆଜି ସନ୍ଧ୍ୟା ସମୟରେ ପାଖାପାଖି ୮ଟା ବେଳେ ସ୍ଥାନୀୟ ପାନ ଦୋକାନ ସାମ୍‌ନାରେ ବସିଥିଲେ । ଏତିକି ବେଳେ ବିଜୁଳି କଟିଥିବାର ସୁଯୋଗ ନେଇ ହତ୍ୟାକାରୀ ପଛପଟୁ ଆସି ତାଙ୍କୁ ଟାଙ୍ଗିଆରେ ଅତର୍କିତ ଆକ୍ରମଣ କରିଥିଲା । ମନୋଜଙ୍କ ମୁଣ୍ଡ ଓ ବେକରେ ଟାଙ୍ଗିଆ ଚୋଟ ପଡ଼ିବା ପରେ ମନୋଜ ଘଟଣା ସ୍ଥଳରେ ଟଳି ପଡ଼ିଥିଲେ । ଏଭଳି ନୃଶଂସ କାଣ୍ଡ କରି ହତ୍ୟାକାରୀ ପୁଣି ଫେରାର ମାରିବାରେ ସଫଳ ହୋଇଥିଲା । ମନୋଜଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌କୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି । ଏହି ଘଟଣା ବଲାଙ୍ଗିର ସହରରେ ଚହଳ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.