ଚାଷୀଙ୍କୁ ଜଣାନାହିିଁ : ମୁଣ୍ଡ ଉପରେ ଅସମ୍ଭାଳ ଋଣ ବୋଝ

ପାଟଣାଗଡ, (ଅଶୋକ କୁମାର ବାଗ) : ଚାଷୀଙ୍କୁ ଜଣାନାହିିଁ, ଦେଖିଲା ବେଳକୁ ତାଙ୍କ ମୁଣ୍ଡ ଉପରେ ଅସମ୍ଭାଳ ଋଣ ବୋଝ । ଋଣ ଖାତାରେ ଟମାଟୋ ଚାଷ ଦର୍ଶାଇ ଖାଇଗଲେ ଟଙ୍କା । ପାଟଣାଗଡ ବ୍ଲକ୍‌ ଗଙ୍ଗାସାଗର ଗ୍ରାମ ପଞ୍ଚାୟତ ସିଲେଟପଡା ଗାଁର ମନବୋଧ ମେହେରଙ୍କ ପାସବୁକ୍‌ରେ ଟମାଟୋ ଚାଷ ଦର୍ଶାଇ ୧, ୮୬, ୭୦୦ ଟଙ୍କା ଋଣ କରାଯାଇଥିବା ଅଭିଯୋଗ ହୋଇଛି । ସେ କେବେ ଟମାଟୋ ଚାଷ କରି ନାହାନ୍ତି ବୋଲି ସିଧା ସିଧା ମନା କରିଛନ୍ତି । ମୋ ଚାଷ ଜମି ଉପରେ ବାଲି, ଛୋଟ ଛୋଟ ପଥର ଥିବାରୁ ମୁଁ କେବେ ବି ଟମାଟୋ ଚାଷ କରିନାହିଁ ବୋଲି ନିଜ କଥା ରଖିଛନ୍ତି ମନବୋଧ । ଅନ୍ୟପଟେ ଖରିଫ ଋତୁରେ ଗତ ବର୍ଷ ଜୁନ୍‌ ୧୬ ତାରିଖ ୧, ୮୬, ୭୦୦ ଟଙ୍କା ଉଠା ହେଇଛି ତାଙ୍କ ପାସ୍‌ବୁକ୍‌ ମାଧ୍ୟମରେ । ଏହି ଘଟଣାକୁ ନେଇ ଗଙ୍ଗାସାଗର ପେକ୍ସ ସମ୍ପାଦକଙ୍କ ପାଖରେ ମନବୋଧଙ୍କ ସ୍ତ୍ରୀ ସୂର୍ଯ୍ୟ ମେହେର ଅଭିଯୋଗ କରିଛନ୍ତି । ପ୍ରଶ୍ନ ଉଠୁଛି, ଚାଷୀଙ୍କ ଅଜାଣତରେ କେମିତି ଉଠିଲା ଟଙ୍କା ? ଏହା ପଛରେ ପେକ୍ସ ସମ୍ପାଦକଙ୍କ ହାତ ରହିଛି କି ? କେବଳ ମନବୋଧ ନା ଆଉ କେଉଁ ଚାଷୀଙ୍କ ନାଁରେ ଟଙ୍କା ଉଠୁଛି । ଏ ସମ୍ପର୍କରେ ପାଟଣାଗଡ ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି । ମନବୋଧ କହିଛନ୍ତି ଯେ, ବ୍ୟାଙ୍କ ସମ୍ପାଦକ ଋଣ କରାଇଦେବାକୁ କହି ତାଙ୍କ ଠାରୁ ସାଧା କାଗଜରେ ଦସ୍ତଖତ ନେଇଥିଲେ । ତା ସହ ଜମି ପଟ୍ଟା, ଆଧାର କାର୍ଡ, ବ୍ୟାଙ୍କ ପାସ୍‌ବୁକ୍‌ର ଜେରକ୍ସ ମଧ୍ୟ ନେଇଥିଲେ । ତେଣୁ ସିଧାସଳଖ ପେକ୍ସ ସମ୍ପାଦକ ଏଥିରେ ସମ୍ପୃକ୍ତ ଥିବେ ବୋଲି ମନବୋଧ କରିଛନ୍ତି ।

Leave A Reply

Your email address will not be published.