ଓଡିଶା ସାଂସ୍କୃତିକ ପରିଷଦ ପୁନେ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ବାହାରେ ରହୁଥିବା ଓଡିଆମାନଙ୍କ ମଧ୍ୟରେ ଓଡିଆ ସଂସ୍କୃତିର ଜାଗରଣ, ପ୍ରୋତ୍ସାହନ, ପ୍ରଚାର ପ୍ରସାର ଓ ବନ୍ଧୁତ୍ୱର ବିକାଶ ଓ ନିଃସ୍ବାର୍ଥପର ସେବା ପାଇଁ ସୃଷ୍ଟି ହୋଇଥିବା ଓଡିଶା ସାଂସ୍କୃତିକ ପରିଷଦ ପୁନେ(ପୂର୍ବ) ପକ୍ଷରୁ ବୋଇତବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ଚନ୍ଦ୍ରଭାନୁ କାନୁନଗୋଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୃଷ୍ଣକାନ୍ତ ସାବତ ମୁଖ୍ୟ ଅତିଥି ଓ ଲଡୁକିଶୋର ସାହୁ ମୁଖ୍ୟବକ୍ତା ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । କୋଭିଡ ନିୟମ ପାଳନ ଅନୁସାରେ ଏହି କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଅତିଥିମାନେ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଓଡିଶାରୁ ହଜାର ମାଇଲ୍ ଦୂରରେ ଥାଇ ଓଡିଶାବାସୀ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଯେଭଳି ଉଦ୍ୟମ କରୁଛନ୍ତି ତାହା ପ୍ରଶଂସନୀୟ । ବୋଇତବନ୍ଦାଣ, କାର୍ତ୍ତିକ ପୂର୍ଣ୍ଣିମାର ବୈଶିଷ୍ଟ୍ୟ ତଥା ଆମ ସମୃଦ୍ଧ ପରମ୍ପରାକୁ ଆଗେଇ ନେବା ସହ ଆମ ଉତ୍ତରପିଢୀ କିପରି ଏହା ଉପରେ ଅଧିକ ଦୃଷ୍ଟି ଦେଇ ପାରିବେ ସେଥିପାଇଁ ଅନୁଷ୍ଠାନ ପ୍ରଯତ୍ନ କରୁଥିବାରୁ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସାଧୁବାଦ ଦେଇଥିଲେ । ଅଧ୍ୟକ୍ଷତା କରୁଥିବା ଶ୍ରୀ କାନୁନ୍‌ଗୋ କାର୍ଯ୍ୟକ୍ରମର ଆଭିମୁଖ୍ୟ ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରଦୀପ ପାଣି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ସଂଗଠନର ପ୍ରତିଷ୍ଠାତା ସଦସ୍ୟ ସ୍ୱାଗତ ମିଶ୍ର, ଲୋକନାଥ ସାହୁ, ଅମିତାଭ ଚୌଧୁରୀ, ଅରୁଣ ରାଉତ, ବିରାଜ କୁମାର ମିଶ୍ର, ସୁଭାଷିଶ ପଟ୍ଟନାୟକ, ଅଭିଷେକ ନାୟକ, ଅମିତ ମହାନ୍ତି, ଶ୍ରୀଧର ସାହୁ, ରମାକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.