jayashree

ଉତ୍କଳ ସାଂସ୍କୃତିକ ପରିଷଦ ତରଫରୁ ବୋଇତ ବନ୍ଦାଣ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ପରିଷଦ ତରଫରୁ ସେକ୍ଟର ୨ ଦୁର୍ଗାପୂଜା ପଡ଼ିଆଠାରେ ୩୧ତମ ପ୍ରତୀକାତ୍ମକ ବୋଇତବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ ଯୋଗୁଁ ଗତବର୍ଷ ଭଳି ଏଥର ମଧ୍ୟ ନିରାଡମ୍ବର ତଥା କୋଭିଡ ନିୟମ ଅନୁସାରେ ପାଳନ କରାଯାଇଛି । ପରିଷଦର ସାଧାରଣ ସଂପାଦକ ଶଙ୍କର ଜେନାଙ୍କ ଆବାହକତ୍ୱ ତଥା ମୋନାଲିସା ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସେକ୍ଟର ୩ ଥାନାର ଭାରପ୍ରାପ୍ତ ଅଧିକାରୀ ଦେବଜାନୀ ନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆରଏସପିର ପ୍ରାକ୍ତନ ମହାପ୍ରବନ୍ଧକ ନାରାୟଣ ପତି, ଚନ୍ଦ୍ରଶେଖର ଶତପଥୀ, ଅନୁଷ୍ଠାନର ଅଧ୍ୟକ୍ଷ ସୁନିଲ କାୟଲ, ପ୍ରବନ୍ଧକ ହୀରାଲାଲ ମହାପାତ୍ର, ଶିଳ୍ପପତି ନିହାରିକା ବସ୍ତିଆ ପ୍ରମୁଖ ଯୋଗଦେଇ ଥିଲେ । ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ବୋଇତକୁ ପୂଜାର୍ଚ୍ଚନା କରିବା ପରେ ଦିବଙ୍ଗତ ମୀନାକ୍ଷୀ ଧର ଓ ସୁଶାନ୍ତ ମହାପାତ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଉପଦେଷ୍ଟା ନୀଳମଣି ପୁହାଣ ଭାବ ଶ୍ରଦ୍ଧାଞ୍ଜଳି ସହ କାର୍ଯ୍ୟକ୍ରମକୁ ଦିବଙ୍ଗତଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ସାଧାରଣ ସଂପାଦକ ଶ୍ରୀ ଜେନା ଅତିଥିଙ୍କ ପରିଚୟ ସହ ସ୍ୱାଗତ ଭାଷଣ ରଖିଥିଲେ । ଅତିଥିଗଣ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଯେଉଁଭଳି ଉଦ୍ୟମ ଜାରି ରଖିଛି ତାହା ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ ବୋଲି ମତ ରଖିଥିଲେ । ବୋଇତବନ୍ଦାଣ ଓ କାର୍ତ୍ତିକ ପୂର୍ଣ୍ଣିମାର ବୈଶିଷ୍ଟ୍ୟ ତଥା ଆମ ସମୃଦ୍ଧ ପରମ୍ପରାକୁ ଆଗେଇ ନେବା ଓ ସ୍ମୃତିଚାରଣ କରିବା ଆମ ସମସ୍ତଙ୍କର ଧ୍ୟେୟ ହେଉ ବୋଲି କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଳ୍ପନା ଶତପଥୀ, ଉପଦେଷ୍ଟା ଦେବେନ୍ଦ୍ର ନାଥ ସାମନ୍ତରାୟ, ରଶ୍ମିତ ସାହାଣୀ, ଶିକ୍ଷାବିତ୍ ମମତା ନାୟକ, ଲକ୍ଷ୍ମୀକାନ୍ତ ମହାପାତ୍ର (ସ୍ବର୍ଗତ ସୁଶାନ୍ତଙ୍କ ପିତା)ଆଦିତ୍ୟ ବାରିକ, ବିରେନ୍ଦ୍ର ସ୍ବାଇଁ, ପୂର୍ଣ୍ଣଚନ୍ଦ୍ର ସାହୁ, ରମଣୀ ରଂଜନ ପଣ୍ଡା, ଶାନ୍ତିଲତା ବାରିକ, ସଂଜୟ ପ୍ରଧାନ, ରଂଜନ ବାରିକ, ପ୍ରଶାନ୍ତ ବିହାରୀ, ଗଣେଶ ରାଉତ, ଡି ନାରାୟଣ ରାଓ ଙ୍କ ସମେତ ବହୁ ସଦସ୍ୟ କାର୍ୟ୍ୟକ୍ରମରେ ଉପସ୍ଥିତ ରହି କାର୍ୟ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.