oum

ବୋହୁକୁ ଗାଁ ଦାଣ୍ଡ ଗଛରେ ବାନ୍ଧି ପିଟିଲେ ଶାଶୁ ଘର ଲୋକେ : ଥାନାରେ ଅଭିଯୋଗ

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭୁଲିଗଲେ ମାନବିକତା ଗାଁ ଦାଣ୍ଡ ଗଛରେ ବାନ୍ଧି ବୋହୁକୁ ଅମାନୁଷିକ ଭାବେ ପିଟିଲେ ଶାଶୁ ଘର ପରିବାର ଲୋକେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, ଗଞ୍ଜାମ ଜିଲ୍ଲାର ପୋଲସରା ଥାନା ଅନ୍ତର୍ଗତ ଢୁଙ୍କାପଡା ଗ୍ରାମରେ ଘଟଣା ଟି ଘଟିଛି । ସବୁବେଳେ ପାରିବାରିକ କଳହ ଲାଗିରହୁ ଥିଲା ଘରେ । ଏମିତି କି ଯୌତୁକ ନିର୍ଯ୍ୟାତନା ମଧ୍ୟ ଦେଉଥିଲେ । ସ୍ୱାମୀ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟରେ କାମ କରୁଥିବା ବେଳେ ଏପଟେ ଶାଶୁ ଘର ଲୋକେ ବୋହୁକୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି, ପୋଲସରା ଥାନାରେ । ଘଟଣାର ପୋଲିସ ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.