ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଦୀ କୂଳରେ କୋଏଲ କ୍ଲବ ବୋଇତ ବନ୍ଦାଣ କମିଟି ପକ୍ଷରୁ ସେକ୍ଟର-୨୦ ସ୍ଥିତ ବୈକୁଣ୍ଠଘାଟ ଠାରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇଥିଲା । ଏହି ଅବସରରେ ମୁଖ୍ୟଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନୀଲ କୁମାର ଓ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ଜୟନ୍ତ ଆଚାର୍ଯ୍ୟ ଯୋଗଦେଇ ଓଡ଼ିଆ ସଂସ୍କୃତିକୁ ଊଦ୍ଜୀବିତ କରିବାକୁ ବୋଇତ ବନ୍ଦାଣ ଉତ୍ସବ ପରି ପାଳନ କରିବାକୁ ନେଇ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଥିଲେ । ରାଉରକେଲା ସହରର ୧୧ ଜଣ ସାମାଜସେବୀଙ୍କୁ ସାଧବ ପୁଅ ଭାବେ ମୁକୁଟ ପିନ୍ଧାଇ ଉତ୍କଳୀୟ ସାଧବ ବୋହୁମାନେ ସମସ୍ତ ସାଧବ ପୁଅ ମାନଙ୍କୁ ବନ୍ଦାପନା କରିବା ପରେ ନୌବାଣିଜ୍ୟ କରିବା ନିମନ୍ତେ ବାଟେଇ ଦେବା ଆକର୍ଷଣୀୟ ହୋଇଥିଲା । ଏହି ଅବସରରେ ସାଧବପୁଅ ଭାବେ ପାର୍ଥ ପ୍ରତିମ ଦେ, ପଞ୍ଚାନନ ରଥ, ଅଶୋକ ରଥ, ପ୍ରକାଶ ପତି, ଶୁଭେନ୍ଦୁ ମହାନ୍ତି, ଉତ୍ତର ଫାଲୁଗୁନୀ ପ୍ରଧାନ, ଦିପ୍ତି ପ୍ରସନ୍ନ ମହାନ୍ତି, ଦେବାଶିଷ ମହାନ୍ତି, ସୁକାନ୍ତ ଦାସ, ପ୍ରଦୀପ ମହାନ୍ତି, ପ୍ରଫେସର ଡ଼. ଶ୍ୟାମପ୍ରସାଦ ସ୍ୱାଇଁ ପ୍ରମୁଖ ସାଧାବପୁଅ ଭାବେ ଉପସ୍ଥିତ ଥିଲା ବେଳେ ସାଧବବୋହୁ ଭାବେ ଜ୍ୟୋସ୍ନାରାଣୀ ଦାଶ, କବିତା ମଲ୍ଲିକ, ମୋନାଲିସା ରଥ ବୋଇତ ବନ୍ଧାଣ ଉତ୍ସବରେ ଯୋଗ ଦେଇଥିଲା ବେଳେ ଉପସ୍ଥିତ ନୌବାଣିଜ୍ୟ ପରମ୍ପରାର ଅବିକଳ ନମୁନା ପ୍ରଦର୍ଶିତ କରିଥିଲେ । ଏକ ଆକର୍ଷଣୀୟ ବୋଇତ ପ୍ରସ୍ତୁତ କରଯାଇ କୋଏଲ ନଦୀରେ ଭସାଇ ଦିଆଯାଇଥିଲା । କୋଏଲ କ୍ଲବ ବୋଇତ ବନ୍ଦାଣ କମିଟିର ଆବାହକ ଶିକ୍ଷାବିତ ସୁଶ୍ରୀ ଜୟଶ୍ରୀ ପାଣିଗ୍ରାହୀଙ୍କ ଆବାହତ୍ୱରେ ଅତିଥି ଭାବେ ସାମାଜସେବୀ ଶିଳ୍ପପତି ଅଶୋକ ମହାନ୍ତି, ଗୌରୀଶଙ୍କର ମିଶ୍ର, ମହେନ୍ଦ୍ର କୁମାର, ଦେବେନ୍ଦ୍ରନାଥ ନାୟକ, ଆଇନଜୀବୀ ନାରାୟଣ ପ୍ରଧାନ, ସତ୍ୟ ମଲ୍ଲିକ, ଶିଶିର ମୁଦାଲି, ଚକ୍ରଧର ମଲ୍ଲିକ, ପ୍ରଣୟ ପାଣିଗ୍ରାହୀ, ନରେଶ ସ୍ୱାଇଁ, ଲାଲଜି ସିଂ, ଲୁଟୁ ପୁହାଣ, ଆଦିତ୍ୟ ମହାନ୍ତି, ସତ୍ୟଜିତ୍ ମଲ୍ଲିକ, ଉମେଶ ପ୍ରସାଦ, ରମେଶ ପାତ୍ର, ବିରଞ୍ଚି ଦାସ ସହ ସହର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ । ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଏକ ଭିଡ଼ିଓ ବାର୍ତ୍ତା ଜାରି କରି ଅନୁଷ୍ଠାନ କର୍ମକର୍ତ୍ତା ମାନଙ୍କୁ ସାଧୁବାଦ ଜଣାଇବା ସହିତ କୋଏଲନଗର, ଶକ୍ତିନଗର, ଜଗଦା ଅ୍ଞ୍ଚଳର ବହୁ ସ୍ୱେଚ୍ଛାସେବୀ ସଙ୍ଗଠନ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।