ରାଜ୍ୟସ୍ତରୀୟ ବଡି ବିଲଡିଂ ପ୍ରତିଯୋଗିତା ଆସନ୍ତା ୨୭ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ସମର୍ପଣ ଓ ଓଡିଶା ବଡି ବିଲଡିଂ ଆଣ୍ଡ ଫିଟ୍‌ନେସ୍‌ ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ ଏକ ରାଜ୍ୟସ୍ତରୀୟ ବଡି ବିଲଡିଂ ପ୍ରତିଯୋଗିତା ଆସନ୍ତା ୨୭ ତାରିଖ ଦିନ ଭଂଜଭବନଠାରେ ଅନୁଷ୍ଠିତ ହେବ ବୋଲି ରାଉରକେଲା କ୍ଲବରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ସମର୍ପଣର ପ୍ରତିଷ୍ଠାତା ଏମ୍‌ଡି ସାଜାଦ ଅଜିଜ, ସଭାପତି ଝୁନୁ ନାୟକ, ଉପଦେଷ୍ଟା ଅଧ୍ୟାପିକା ସସ୍ମିତା ଜେନା ଓ ବଡି ବିଲଡିଂ ଆସୋସିଏସନ୍‌ର ସାଧାରଣ ସଂପାଦକ ସତ୍ୟବ୍ରତ ଓଝା, ଉପସଭାପତି ବିଜୟ କୁମାର ଦାସ ଓ ଅରବିନ୍ଦ କୁମାର ପ୍ରଧାନ ପ୍ରମୁଖ ସାମ୍ବାଦିକଙ୍କୁ ସୂଚନା ଦେଇ କହିଲେ ଯେ, ଆସନ୍ତା ୨୭ତାରିଖ ଦିନ ରାଉରକେଲା ତଥା ଆଖପାଖ ଅଞ୍ଚଳର ବିଭିନ୍ନ ବର୍ଗର ବଡି ବିଲଡରଙ୍କୁ ନେଇ ଏକ ରାଜ୍ୟସ୍ତରୀୟ ପ୍ରତିଯୋଗିତା ସ୍ଥାନୀୟ ଭଞ୍ଜଭବନଠାରେ ଅନୁଷ୍ଠିତ ହେବ । ଏଥିରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ମୁମ୍ବାଇଠାରେ ଅକ୍ଟୋବର ମାସ ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜୁନିଅର ମିଃ ଇଣ୍ଡିଆ, ମିଃ ଇଣ୍ଡିଆ ଓ ମିଃ ୟୁନିଭର୍ସ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ସୁଯୋଗ ପାଇବେ । ତେଣୁ ଇଛୁକ ପ୍ରତିଯୋଗୀମାନେ ଏଥିରେ ଅଂଶଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.

error: Content is protected !!