
- ୫୧ଜଣ ସ୍ୱେଚ୍ଛାସେବୀ ରକ୍ତଦାନ କଲେ
ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଜୁନିୟର ରେଡକ୍ରସ ଚେୟାରମ୍ୟାନ ତଥା ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ, ଜିଲ୍ଲା ଜୁନିୟର ରେଡକ୍ରସ ସମ୍ପାଦକ ମଞ୍ଜୁଲତା ଭୋଇ ଓ ଜିଲ୍ଲା ଜୁନିୟର ରେଡକ୍ରସ ଭାଇସ୍ ଚେୟାରମ୍ୟାନ ଗତିକୃଷ୍ଣ ମିଶ୍ରଙ୍କ ମାର୍ଗଦର୍ଶନରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସର ଶିକ୍ଷା ଓ ତାଲିମ ଶିବିର ଦ୍ଵିତୀୟ ଦିନରେ ପଂଚାୟତ ହାଇସ୍କୁଲ ମୟାବର୍ହା ଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଜିଲ୍ଲା ଜୁନିୟର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତଙ୍କ ସଂଯୋଜନା କରିଥିବା ବେଳେ, ରାଜ୍ୟସ୍ତରରେ ପୁରସ୍କୃତ ହୋଇଥିବା ରକ୍ତବୀର ରାମ ନାରାୟଣ ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିଭାବରେ ସୋନପୁର ମହାନଦୀଧାରା ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ପ୍ଲାବନ ମହାପାତ୍ର, ସୋନପୁର ପୂର୍ବତନ ଜେଆରସିଓ ସୁରେଶ ପଧାନ, ବଲାଙ୍ଗିର ପୂର୍ବତନ ଜେଆରସିଓ ସୁବାଷ ଚନ୍ଦ୍ର ପଟେଲ, ଏସ୍. ରାମପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରାଣବନ୍ଧୁ ହୋତା, ଗଜବନ୍ଧ ହାଇସ୍କୁଲ ପ୍ରଧାନ ଶିକ୍ଷକ ପଂଚାନନ କମ୍ପ, ସମଲେଇଚୁଆଁ ହାଇସ୍କୁଲ ପ୍ରଧାନ ଶିକ୍ଷକ ଲୋକନାଥ ମେହେର ପ୍ରମୁଖ ଯୋଗଦାନ କରିଥିଲେ । କହିବା ଆଗରୁ କରି ଦେଖାଇବା : ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଉକ୍ତିକୁ ସର୍ବ ପ୍ରଥମେ ଜିଲ୍ଲା ଜୁନିୟର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ତଥା ଜିଲ୍ଲା ସ୍କାଉଟର ତାଲିମ କମିଶନର ଦୀନବନ୍ଧୁ ପ୍ରଧାନ ଉଭୟେ ରକ୍ତଦାନ କରି ଉକ୍ତିକୁ ସାର୍ଥକ କରିବା ସହ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ଶୁଭାରମ୍ଭ କରିଥିଲେ । ରକ୍ତଦାତା : ଜୁନିୟର ରେଡକ୍ରସ କାଉନସିଲର ହେମନ୍ତ ମେହେର, ଚନ୍ଦ୍ରମଣି ବାଘ, ଚନ୍ଦ୍ର ଶେଖର ମାହାପାତ, ଗୋପେଶ ପଣ୍ଡା, ହୃଶିକେଶ ଚାନ୍ଦ, ଜଗଦୀଶ ଦାଶ, ହୃଷିକେଶ ଦେହୁରୀ, ସୁନିଲ ସେଠ, ନରେନ୍ଦ୍ର ପୁରୋହିତ, ପଂଚାନନ ମେହେର, ମାୟାବର୍ହା ହାଇସ୍କୁଲ ଶିକ୍ଷକ ନନ୍ଦିଘୋଷ ବାରିକ, ବିଭିଷଣ ଖମାରୀ, ବଲାଙ୍ଗିର ହରଭଙ୍ଗା ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ପଶାୟତ, ପ୍ରଭାକର ଛନ୍ଦ ଆଲୁମିନି ସୁନିଲ ପଧାନ, କିରଣ କୁମାର ପୁଟେଲ, ସୁଜିତ ପୂଜାରୀ, ଘନଶ୍ୟାମ ମେହେର, ସମୀର ପଧାନ, ବିଶ୍ୱନାଥ ପାଣିଗ୍ରାହୀ, ଆଶିଷ ନାଏକ, ସୁବ୍ରତ ସାହୁ, ସନ୍ତୋଷ ପଧାନ, ଗଜାନନ ପଧାନ, ଶୁଭଶ୍ରୀ ବଡପଣ୍ଡା, ପ୍ରଣତୀ ପଧାନ, ତଥା ଅନ୍ୟମାନେ ଶିବିରରେ ଯୋଗଦେଇ ରକ୍ତଦାନ କରିଥିଲେ । ବଲାଙ୍ଗିର ବ୍ଲଡ ବ୍ୟାଙ୍କ କର୍ମଚାରୀଙ୍କ ଦ୍ୱାରା ଶିବିରରେ ସର୍ବମୋଟ ୫୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ପ୍ରକାଶଥାଉକି, ରେଡକ୍ରସର ମୂଳମନ୍ତ୍ରରେ ପ୍ରଭାବିତ ହୋଇ ପ୍ରଥମ ଥର ପାଇଁ ଶିବିରରେ ୨୮ ଜଣ ସ୍ୱେଚ୍ଛାସେବୀ ରକ୍ତଦାନ କରିଥିଲେ । ବଡନୂଆଁପାଲି ହାଇସ୍କୁଲ ପ୍ରଧାନଶିକ୍ଷକ ବୈଷ୍ନବ ଭୋଇ, ବଡକର୍ଲ୍ଲେ ହାଇସ୍କୁଲର ପ୍ରଧାନ ଶିକ୍ଷକ ରମାକାନ୍ତ ପ୍ରଧାନ, ଏସ ରାମପୁର ବାଳିକା ନୋଡାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ହୋସିଆର ଛତ୍ରୀଆ, ଅନ୍ଧାରୀବାଂଜିର ବିନୋଦ ବିହାରୀ ଦ୍ୱାରୀ, କନ୍ଦାଗାଡ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିଶ୍ୱାମିତ୍ର ବାରିକ, ମାୟାବର୍ହା ନୋଡାଲ ସ୍କୁଲର ମୌନାବତୀ ଜାଲ, ପଣ୍ଡକିଟାଲର ହେମସାଗର ବାଘ, ଅଙ୍ଗନୱାଡୀ କର୍ମି ପଲ୍ଲବୀ ବନଛୋର, ସୁଷମା ସାହୁ, ଆଶା ସୁବର୍ଣ୍ଣ ନାଏକ, ମାୟାବର୍ହା ସିଆରସିସି ସୌରଭ ସାହୁ, ବଡକର୍ଲ୍ଲେର ରାମ ପ୍ରସାଦ ଭୋଇ, ଖଲିଆପାଲିର ପୁଷ୍ପାଞ୍ଜଳି ମିର୍ଦ୍ଧା, ସିଏଚଓ ପୌରବୀ କର୍ମି, ଚରଦା ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରେମରାଜ ସେଠୀ, ଭୀମଟିକିରା ହାଇସ୍କୁଲ ପ୍ରଧାନ ଶିକ୍ଷକ ବୀରେନ୍ଦ୍ର ସାହୁ, ବେହେରାମାଲ ପ୍ରଧାନ ଶିକ୍ଷକ ପ୍ରଦୀପ ପୂଜାରୀ, ଲିଙ୍ଗମାର୍ଣ୍ଣି ହାଇସ୍କୁଲ ପ୍ରଧାନ ଶିକ୍ଷକ ସନାତନ ବେହେରା, ଚିନାଯୁରୀ ହାଇସ୍କୁଲ ପ୍ରଧାନ ଶିକ୍ଷକ , କୁହିବାହାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ମୁରଲୀଧର ବିଶ୍ୱାଲ, ଉଲୁଣ୍ଡା ବ୍ଲକର ଅଚ୍ୟୁତ ରଣା, ମଳୟ ଅମାତ ପ୍ରମୁଖ ରକ୍ତଦାତାମାନଙ୍କୁ ମହତ କାର୍ଯ୍ୟ ପାଇଁ ଉପସ୍ଥିତ ରହି ଉତ୍ସାହିତ କରୁଥିଲେ । କାର୍ଯ୍ୟକ୍ରମରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ବସନ୍ତ କୁମାର ହୋତା, ଜ୍ୟୋତିଷ୍କର ପଣ୍ଡା, ରମାବଲ୍ଲବ ବାରିକ, ଶାନ୍ତୁନୁ ପ୍ରଧାନ, ବ୍ରଜବନ୍ଧୁ ନାୟକ, ସତ୍ୟନାରାୟଣ ପଧାନ, ସୁର୍ଯ୍ୟନାରାୟଣ ପଟ୍ଟନାଏକ, ସଂପଦ ଖମାରୀ, ଭକ୍ତ ଭୋଇ, ଗଣେଷ ଖମାରୀ, ଭୋଲାନାଥ ଛତର, ବେଣୁଧର ଚୌଧୁରୀ, ବନମାଳୀ ସାହୁ, ପ୍ରଦୀପ କୁମାର ଭୋଇ, ମୀନକେତନ ଦାଶ, ରାଧାକାନ୍ତ ଯୁଆଡି, ଶଙ୍କର ସାହୁ, ସଂପଦ ଘିବିଲା, ବାବୁଲାଲ ଭୋଇ, ପେକସ ସଂପାଦକ ଭଗବାନ ପଧାନ, ହରିବୋଲ ଦୀପ, ମଂଜୁଲତା ଜଗଦଲା, ନିମାଇଁ ମଲ୍ଲୀକ, ସସ୍ମିତା ସାହୁ, ସେବା ବିନିମୟ ଯୁକ୍ତ ବାରିକ, ଧରିତ୍ରୀ ସାହୁ, ପ୍ରମୋଦିନୀ ଯୁଆଡି, ଅନୀତା ମାହାରା, ପ୍ରଜ୍ଞା ପରିମିତା ମିଶ୍ର, ଦମୟନ୍ତୀ ଜଗଦଲା, ତରଙ୍ଗିନୀ ମହାପାତ୍ର ନୀତୁ ପଧାନ, ତପସ୍ୱିନୀ ଦାଶ, ଅନୁପ୍ରୀୟା ମିଶ୍ର, ସସ୍ମିତା ସାହୁ , ବିସିସି ନିମାଇଚରଣ ମଲ୍ଲୀକ, ବିଜୟ ପଣ୍ଡା, ପବିତ୍ର ବାରିକ, ବୈକୁଣ୍ଠ ନାୟକ ପ୍ରମୁଖ ବିଶେଷ ସଯୋଗ କରିଥିଲେ । ମାହାବର୍ହା ହାଇସ୍କୁଲର ଜୁନିୟର ଲିପସା ଯୁଆଡି, ଜନନୀକା ନାଏକ, ଅର୍ଚ୍ଚିତା ପଧାନ, ଶୁଭଶ୍ରୀ ବରିହା, ମନୀଷା ଗିରି, ପୂଜା, ପ୍ରୀତି, ସୌମ୍ୟା, ଝରଣା, ଅନୁପମା, ଅନ୍ତରା, ରେଖା ଏବଂ ସ୍କାଉଟ ଟ୍ରୁପର କ୍ରୀସ ପ୍ରସାଦ ବାଘ, ସୁଜିତ, ବିକାଶ, ପଂଚାନନ, ଗୋବର୍ଦ୍ଧନ, ଅଂଶୁମାନ, ନିମାଇଁ ପ୍ରମୁଖ କାର୍ଯ୍ୟକ୍ରମରେ ରକ୍ତଦାତାଙ୍କୁ ଆବଶ୍ୟକୀୟ ସେବା ତଥା ଭାବପୂର୍ଣ୍ଣ ଆବେଗ ଜଣାଇଥିଲେ । ରକ୍ତଦାନ ମହତ ଦାନ ଓ ରକ୍ତର ବିକଳ୍ପ ନାହିଁ ଭଳି ମହତ କାର୍ଯ୍ୟରେ ଯୋଗଦେଇଥିବା ସମସ୍ତ ରକ୍ତଦାତାମାନଙ୍କୁ ସୁବର୍ଣପୁର ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇ ପ୍ରଶଂସା କରିବା ସହିତ ଶୁଭେଚ୍ଚା ଜଣାଇଥିଲେ ।