oom

ଡଃ ଜୟଚନ୍ଦ୍ର ଜୀବନରେଖା ରକ୍ତ ସହାୟତା ସଂଘ ମହାନହତା : ଏକ ବର୍ଷରେ ୪୩୭ ରୋଗୀଙ୍କୁ ଦେଲେଣି ରକ୍ତଦାନ

jsmm

ପଦ୍ମପୁର, (ନିରୋଜ କୁମାର ପାଣି) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଛିନ୍ଦେଇକେଲା ଡଃ ଜୟଚନ୍ଦ୍ର ଜୀବନରେଖା ରକ୍ତ ସହାୟତା ସଂଘ ଏକ ଅଞ୍ଚଳର ସ୍ୱେଚ୍ଛାସେବୀ ଅନୁଷ୍ଠାନ । ଏହି ସଂଘ ଗୋଟିଏ ବର୍ଷରେ ୪୩୭ ଜଣ ରୋଗୀଙ୍କୁ ରକ୍ତଦାନ କରି ରୋଗୀଙ୍କ ମୁହଁରେ ହସ ଫୁଟାଇଛି ସଂଘ । ୨୦୧୧ ମସିହାରେ ଏହି ଅନୁଷ୍ଠାନ ୫ ଜଣ ରକ୍ତଦାତାକୁ ନେଇ ଶୁଭାରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ୭୫୫ ଜଣ ଉଭୟ ପୁରୁଷ, ମହିଳା ତଥା ଯୁବ ରକ୍ତଦାତାମାନେ ଯୋଡି ହୋଇରହିଛନ୍ତି । ବରଗଡ଼, ନୂଆପଡ଼ା, ବଲାଙ୍ଗିର, ଛତିଶଗଡ଼ ଜିଲ୍ଲା ସ୍ୱେଚ୍ଛାସେବୀ ରକ୍ତଦାତାମାନେ ଯୋଡ଼ି ହୋଇଛନ୍ତି । ନୂଆପଡ଼ା ଜିଲ୍ଲା ଡାକ୍ତରଖାନା ତଥା ଅନ୍ୟାନ ଜିଲ୍ଲା ରୋଗୀଙ୍କ ରକ୍ତ ଆବଶ୍ୟକ ପଡୁଥିବା ବେଳେ ରୋଗୀଙ୍କ ଅନୁରୋଧ କ୍ରମେ ସ୍ୱତଃପ୍ରବୃତ୍ତ ଭାବେ ସ୍ୱଇଚ୍ଛା ଯାଇ ରକ୍ତଦାତାମାନେ ରକ୍ତଦାନ କରିଥାନ୍ତି । ସ୍ୱର୍ଗତ ଡଃ ଜୟଚନ୍ଦ୍ର ସାହୁ ଥିଲେ ଜଣେ ଅଞ୍ଚଳର ଜଣାଶୁଣା ଡାକ୍ତର ସେ ସବୁବେଳେ ଗରୀବ ସେବାରେ ନିଜକୁ କରୁଥିଲେ । ତାଙ୍କ ଅକାଳ ବିୟୋଗ ପରେ ତାଙ୍କ ଭାଇ ପତିତପାବନ ସାହୁ ସ୍ୱର୍ଗତ ଡଃ ସାହୁ ନାମରେ ଏକ ସଙ୍ଗଠନ କଲେ । ସଂଘର ଯେ କୌଣସି ରକ୍ତଦାତାଙ୍କୁ ଯୋଗାଯୋଗ କଲେ ଆମ ସଂଘର ରକ୍ତଦାତାମାନେ ଯାଇ ରକ୍ତଦାନ କରିପାରିବେ । ସଂଘ ପରିଚାଳନା ପାଇଁ ପ୍ରତିଷ୍ଠାତା ପତିତପାବନ ସାହୁ, ସଭାପତି ଅଜିତ ପ୍ରଧାନ, ଉପସଭାପତି ଜିତୁନ ପଟ୍ଟନାୟକ, ସମ୍ପାଦକ ଆକାଶ ସାହୁ, ସହ ସମ୍ପାଦକ ରାଜେଶ ଡନସନା, ଆବାହକ ଆଦର୍ଶ ସାହୁ, କୋଷାଧ୍ୟକ୍ଷ ଥବିର ରଣା, ସଂଯୋଜକ ସୁଧିର କୁମାର ସାହୁ, ସହ ସଂଯୋଜକ ତରୁଣ ତାଣ୍ଡି, ସସ୍ଥାପକ ଯଶୋବନ୍ତ ପ୍ରଧାନ, ପ୍ରୋଗ୍ରାମ ପରିଚାଳକ ଦେବ ବ୍ରତ ଦାସ, ପ୍ରସାରଣ ସଂଯୋଜକ ସୁଦାମ ଦାସ, ସହ ପ୍ରସାରଣ ସଂଯୋଜକ ବୁଲୁ ହେର୍ଣ୍ଣା, ମିଡ଼ିଆ ସଂଯୋଜକ ଗିରିଶ ଚନ୍ଦ୍ର ମାଝୀ ଓ ଅବିନାଶ ତ୍ରିପାଠୀ କମିଟିରେ ଅଛନ୍ତି ।

jittmm
Leave A Reply

Your email address will not be published.