ବ୍ଲକସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଉଦ୍‌ଘାଟିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଚାରପାଲି ହାଇସ୍କୁଲରେ ବ୍ଲକସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଶନିବାର ଉଦ୍‌ଘାଟିତ ହୋଇଯାଇଛି । ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଧାନଙ୍କ ଅଧ୍ୟକ୍ଷତାରେ ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା । ସହକାରୀ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧୀରଜ ପଟ୍ଟନାୟକ, ରାଜ୍ୟ ମୋ ସ୍କୁଲ ଅଭିଯାନର ସଂଯୋଜକ ସରୋଜ କୁମ୍ଭାର, ବ୍ଲକ ଅଧ୍ୟକ୍ଷ ମୋତିରାମ ସାହୁ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ପାଣ୍ଡେ, ସରପଞ୍ଚ ସୁଷମା ସାହୁ, ପୂର୍ବତନ ସରପଂଚ ଦେବେନ୍ଦ୍ରନାଥ ସାହୁ, ସ୍ଥାନୀୟ ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାର୍ଗବ ନାଏକ, ସମିତି ସଭ୍ୟ ତାରାମଣି ବିଶି, ମୋ ସ୍କୁଲ ଅଭିଯାନର ସଭାପତି ସର୍ଜନ ଚିର୍ଗୁଣ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ କୁନି ବୈଜ୍ଞାନିକମାନଙ୍କୁ ଉତ୍ସାହିତ କରିଥିଲେ । ସିଆର୍‌ସିସି ସୁଧାଂଶୁ ଶେଖର ଜାଲ ଅତିଥି ପରିଚୟ ପ୍ରଦାନ କରିଥିଲେ । ସ୍ଥାନୀୟ ହାଇସ୍କୁଲର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ନମିତା ବେହେରା ସଭାକୁ ପରିଚାଳନା କରିଥିଲେ । ସିଆର୍‌ସିସି ରାଜେଶ୍ଵର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ୨୦୫ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଟଙ୍କଧର ପଧାନ, ବୈଲୋଚନ ପଧାନ, କେଦାରନାଥ ସାହୁ, ସଞ୍ଜୟ ଖମାରୀ, ସୁଶାନ୍ତ ପଧାନ, ଅଶ୍ୱିନୀ ଗଡତିଆ ପ୍ରମୁଖ ବିଚାରକ ଭାଵେ ଯୋଗଦେଇଥିଲେ । ଉଦ୍‌ଯାପନୀ ସମାରୋହରେ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛପ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ପୂର୍ବତନ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ମନୋଜ କୁମାର ସାହୁ, ଭଟଲି ବିଇଓ ସରୋଜ ଭୁଏ, ବରଗଡ଼ ବିଇଓ ସେବାଶ୍ରୀ ଭୋଇ, ସୋହେଲା ବିଇଓ ଅମ୍ରୁତା ସାହୁ, ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଭାଗବତ ସାହୁ, ପ୍ରଧାନ ଶିକ୍ଷକ ସଦାନନ୍ଦ ଷଡ଼ଙ୍ଗୀ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବୈଜ୍ଞାନିକ ମନୋଭାବ ନେଇ କାର୍ଯ୍ୟ କରିବାକୁ ଉତ୍ସାହିତ କରିଥିଲେ। କୃଷ୍ଣଚନ୍ଦ୍ର ନାଏକ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ସିଆର୍‌ସିସି, ସ୍ଥାନୀୟ ହାଇସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ, ଚାରପାଲି ଓ କଲଗାପାଲି ଗ୍ରାମବାସୀଗଣ ସକ୍ରିୟ ଭାବେ ସହଯୋଗ କରିଥିଲେ । ସିଆର୍‌ସିସି ଦୁର୍ବାଦଳ ବଡଗୋଛିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.