ଆଦିତ୍ୟ କୁମାର ନାୟକ ଡେଲାଙ୍ଗ ବ୍ଲକ ଟପ୍ପର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଘନିପୂର ଗ୍ରାମର ଦୁର୍ଗା ଚରଣ ନାୟକଙ୍କ ପୁତ୍ର ଆଦିତ୍ୟ କୁମାର ନାୟକ ଚଳିତ ମାଟ୍ରିକ ପରୀକ୍ଷାରେ ଡେଲାଙ୍ଗ ବ୍ଲକ ଟପ୍ପର ହୋଇଛନ୍ତି । ସେ ୫୬୫ ନମ୍ବର ରଖିଛନ୍ତି । ସେ ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠ, ଗଙ୍ଗପୁରପାଟଣା, ଘୋରଡିଆର ଛାତ୍ର ଥିଲେ । ସେହିପରି ସୌରଜିତ ବଡ଼ଜେନା ୫୬୧ ନମ୍ବର ରଖି ଡେଲାଙ୍ଗ ବ୍ଲକର ଦ୍ୱିତୀୟ ଟପ୍ପର ହୋଇଛନ୍ତି । ସେ ଡେଲାଙ୍ଗ ଷ୍ଟେସନ ବଜାରସ୍ଥିତ ରାଧାକାନ୍ତ ବିଦ୍ୟାପୀଠର ଛାତ୍ର ଅଟନ୍ତି ।

Leave A Reply

Your email address will not be published.