jayashree

ପାଇକମାଲ ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ଲକସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ – ୨୦୨୪ ପାଳିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥିଭାବେ ଅବସର ପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରେମାନନ୍ଦ ବାରିକ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥିଭାବେ ପାଇକମାଲ ବ୍ଲକ ଏବିଏଫ୍‌ ସୁଶ୍ରୀ ମଧୁସ୍ମିତା ବେହେରା, ବ୍ଲକ ସାଧନ କେନ୍ଦ୍ର ସଂଯୋଜକ ତଥା ଏବିଇଓ ଧଳେନ୍ଦ୍ର କୁମାର ବାରିକ, ଏବିଇଓ ରାଧେଶ୍ୟାମ ମେହେର, ବ୍ଲକ ସାଧନ କର୍ମୀ ଶ୍ରୀମତୀ ରିତା ମେହେର, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଦିବ୍ୟାଙ୍ଗ ବ୍ୟକ୍ତି କେବେ ବି ସାଧାରଣ ନୁହଁନ୍ତି ବରଂ ସେମାନେ ଜଣେ ଜଣେ ଅସାଧାରଣ । ଦିବ୍ୟାଙ୍ଗଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଦିଗରେ ଆମ ସମସ୍ତଙ୍କ ଗୁରୁଦାୟିତ୍ୱ ରହିଛି ଏଣୁ ଆମେ ସମସ୍ତେ ନିଜ ନିଜର ସ୍ତରରେ ସର୍ବୋପରି ସେମାନଙ୍କୁ ସ୍ନେହ ଶ୍ରଦ୍ଧା ତଥା ଆତ୍ମୀୟତାର ସହ ଆପଣେଇବାକୁ ଗୁରୁତ୍ୱାରୋପ କରିବା ସହ ଅତିଥିମାନେ ସଭାରେ ଭିନ୍ନକ୍ଷମମାନଙ୍କ ନିମନ୍ତେ ରହିଥିବା ସରକାରୀ ବିଧି ବ୍ୟବସ୍ଥା, ଅଧିକାର ତଥା ବିଭିନ୍ନ ଜନହିତକାରୀ ଯୋଜନା ଉପରେ ମଧ୍ୟ ଆଲୋକପାତ କରିଥିଲେ । ଦିବ୍ୟାଙ୍ଗଙ୍କୁ ଉଚିତ୍‌ ସମ୍ମାନ ଓ ଭାଗିଦାରୀ ସହ ତାଙ୍କ ପ୍ରତି ସମ୍ବେଦନଶୀଳ ହେବା ପାଇଁ ଲଖମରା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବୈଷ୍ଣବ ପଣ୍ଡା ସାମୁହିକ ପ୍ରତିଜ୍ଞା ପାଠ କରେଇଥିଲେ । ଶିକ୍ଷକ ନିରାକାର ପ୍ରଧାନ ମଞ୍ଚ ସଂଯୋଜନା କରିଥିଲେ । ଏହି ଅବସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଙ୍ଗୀତ, ଚିତ୍ରାଙ୍କନ, ମେଜଇନ ଚେୟାର, ବାଲାନ୍ସ ଥ୍ରୋ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉଦ୍‌ଯାପନୀ ସମାରୋହରେ ମେଡିକାଲ ଅଫିସର ପାଇକମାଲ ଡଃ. ଅସୀମ ଅଭିଳାଷ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦାନ ଅତିଥିଙ୍କ ସହ କୃତ୍ତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବା ସହ ଆବଶ୍ୟକତା ଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସିପି ଚେୟାର, ଟ୍ରାଇ ସାଇକେଲ, ହୁଇଲ ଚେୟାର, ରୋଲେଟର, ସୁଗମ୍ୟ କେନ, ବ୍ରେଲି କିଟ, କ୍ରଚେସ ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବ୍ଲକ ସାଧନ କର୍ମୀ ବୀରେନ୍ଦ୍ର କୁମାର ସାହୁ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଋଷଭ ସାହୁ, ରଞ୍ଜନ ବାଗ, ମନରଞ୍ଜନ ପଟେଲ, ବିକ୍ରମ କେଶରୀ ପଟେଲ, ମହେଶ୍ୱର ହରିପାଳ, ସନ୍ତୋଷ ମେହେର, ବସୁଦେବ କୁମ୍ଭାର, କେଦାରନାଥ ରାଉତ, ସନ୍ତୋଷ ମେହେର, ବ୍ରଜ କିଶୋର ଜେନା, ନିରଞ୍ଜନ ହରିଜନ ଆଇ.ଇ.ଭି ହୃଦାନନ୍ଦ ରଣା, କୁଞ୍ଜବିହାରୀ ପ୍ରଧାନ, ଉଜଲ ମହାନନ୍ଦ, ଶିକ୍ଷକ ସଚ୍ଚିଦାନନ୍ଦ ସ୍ୱାଇଁ, ରାଜେଶ ଚାନ୍ଦ ସମେତ ବ୍ଲକ ଶିକ୍ଷା କାର୍ଯ୍ୟଳୟର ସମସ୍ତ କର୍ମଚାରୀ ଗଣ ସହଯୋଗ କରିଥିଲେ ।

Leave A Reply

Your email address will not be published.