oom

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ନେଇ ବ୍ଳକ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୨ ସୁଦ୍ଧା ସମସ୍ତ ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ସହ ସମସ୍ତେ ପକ୍କା ଘରରେ ରହିବେ ବୋଲି ଭାଷଣ ବାଜିରେ କଥା ସାରି ଦେଇଛନ୍ତି ହେଲେ ହଜାର ହଜାର ଲୋକେ ଏବେ ବି ଭଙ୍ଗା ଘରରେ ଜୀବନ ବିତାଉଛନ୍ତି । ସରକାର ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ ନକରି ଧନୀ ଶ୍ରେଣୀର ଲୋକଙ୍କୁ ଆବାସ ଯୋଜନା ତାଲିକାରେ ସାମିଲ କରାଯାଉଛି ବୋଲି ଆଜି ଏଭଳି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କୁଇକେଡ଼ା ପଞ୍ଚାୟତବାସୀ । ଅନେକ ଦିନ ହେଲା ଆବାସ ଘରଟିଏ ପାଇଁ ସ୍ଥାନୀୟ ପଞ୍ଚାୟତ ପ୍ରଶାସନ ଠାରୁ ଆରମ୍ଭ କରି ବ୍ଳକ ପ୍ରଶାସନ ନିକଟରେ ଅନେକ ଥର ଗୁହାରି କରିଥିଲେ ସୁଦ୍ଧା ଯୋଗ୍ୟ ହିତାଧିକାରୀମାନେ ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି ଯାହା ଫଳରେ ତୀବ୍ର ଅସନ୍ତୋଷ ମଧ୍ୟ ଦେଖାଦେଇଥିବା ବେଳେ ଆଜି ସଇଁନ୍ତଲା ବ୍ଲକ କାର୍ଯ୍ୟାଳୟକୁ କୁଇକେଡା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ମାନେ ଘେରାଉ କରିଥିଲେ । ତେବେ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ପାଇଁ ସଇଁନ୍ତଲା ବିଡ଼ିଓ ଦେବାଶିଷ ସାମଲଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଯଦି ଆଗାମୀ ଦିନରେ ପ୍ରଶାସନ କର୍ଣ୍ଣପାତ ନକଲେ ବଲାଙ୍ଗିର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବେ ବୋଲି ଶତାଧିକ ମହିଳା ଓ ପୁରୁଷ ମାନେ ଚେତାବନୀ ଦେଇଛନ୍ତି ।

jittmm
Leave A Reply

Your email address will not be published.