oom

ବ୍ଲକ କଳା ଓ ସାଂସ୍କୃତିକ ସଂଘ ବୋଡ଼େନ ପକ୍ଷରୁ ବିଶାଳ ବନ୍ଧୁ ମିଳନ ଓ ବାର୍ଷିକ ଉତ୍ସବ ଆୟୋଜିତ

jsmm

ନୂଆପଡ଼ା, (ଅଜିତ ବେହେରା) : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଫରସରା ବୁଢ଼ାଦେଓ ହାଇସ୍କୁଲ ଖେଳ ପଡିଆ ଠାରେ ବ୍ଲକ କଳା ଓ ସାଂସ୍କୃତିକ ସଂଘ ବୋଡ଼େନ ପକ୍ଷରୁ ବିଶାଳ ବନ୍ଧୁ ମିଳନ ଏବଂ ବାର୍ଷିକ ଉତ୍ସବ – ୨୦୨୪ ଆୟୋଜିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗଦେଇ ସମାଜରେ କଳାକାରଙ୍କ ମୁଖ୍ୟ ଭୂମିକା ରହିଛି । ସଂସ୍କାର ଏବଂ ସଚେତନ ଦ୍ୱାରା କୁପ୍ରଥା ଉଚ୍ଛେଦ, ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ କଳାକାର ଆହ୍ୱାନ କରିଥାନ୍ତି ବୋଲି ମତବ୍ୟକ୍ତ କରିଥିଲେ । ସଭାରେ ବୋଡ଼େନ କଳା ଓ ସଂସ୍କୃତି ସଂଘର ସ୍ଥାୟୀ ସଭାପତି ପ୍ରିୟ ରଞ୍ଜନ କୁମାର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟବକ୍ତା ଭାବରେ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇତିହାସ ପ୍ରାଧ୍ୟାପକ ଗୟାଧର ମହାନ୍ତି, ପୂର୍ବତନ ଜିଲ୍ଲା ଓ ସଂସ୍କୃତ ସଂଘ ଉପ ସଭାପତି ତ୍ରିମନ ମାଝୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ କୁମାର ମହରା, ପ୍ରଧାନ ଶିକ୍ଷକ ବୁଢ଼ା ଦେଓ ଉଚ୍ଚ ବିଦ୍ୟାଳୟ ଫରସରା ସିମାଞ୍ଚଲ ଦାସ, ସମାଜ ସେବୀ ତଥା ଶିକ୍ଷାବିତ ବିପିନ ଧାରୁଆ, ସହକାରୀ ଜିଲ୍ଲାପାଳ କୁରୁକ୍ଷେତ୍ର ନାଏକ ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ ବନ୍ଧୁ ମିଳନ ଓ ବାର୍ଷିକ ଉତ୍ସବରେ ବୋଡ଼େନ ବ୍ଲକର ୧୫ ଗୋଟି ପଞ୍ଚାୟତର ପାଳା, ଦାସକାଠିଆ, ଘୁମୁରା, ସମ୍ପ୍ରଦା, ସଂର୍କିତ୍ତନ ମଣ୍ଡଳୀ, ସଂଚାର, ଭାଗବତ ମଣ୍ଡଳୀ, ଆଦିବାସୀ ରାମ କାଠି ଲୋକନୃତ୍ୟ, ତଥା ବିଭିନ୍ନ ପ୍ରକାର ଲୋକନୃତ୍ୟ ପ୍ରଦର୍ଶନ କରିବାକୁ ହାରାହାରି ୭୦ ରୁ ୮୦ ଟି ଦଳ ଭାଗ ନେଇଥିଲେ । ନୂଆପଡ଼ା ଜିଲ୍ଲାପାଲା ମଧୁସୂଦନ ଦାସ କଳାକାର ଏବଂ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ଲୋକ ଲୋଚନକୁ ଆଣି ସୁଧାର ଦିଗରେ କାର୍ଯ୍ୟକରୁଥିବା ବିନ୍ଧାଣୀ ସାମ୍ବାଦିକମାନଙ୍କୁ ସମ୍ମାନିତ କରି ଉତ୍ସାହିତ କରିଥିଲେ । ପ୍ରଥମ ଆଦିବେଶନରେ ସହକାରୀ ଶିକ୍ଷକ ରାଜା, ଏ.ଟି ହାଇସ୍କୁଲ ଗୌରାଙ୍ଗ କୁମାର ସାହୁ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.