ଅମ୍ବାଭୋନା ବିଜେପି ତରଫରୁ ବ୍ଲକ ଘେରାଉ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ଭଟଲି ବିଧାନସଭାର ଅମ୍ବାଭୋନା ବ୍ଲକ ଠାରେ ଭଟଲି ବିଧାନସଭା ବିଧାୟକ ପ୍ରାର୍ଥୀ ତଥା ଭାରତୀୟ ଜନତା ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଅମ୍ବାଭୋନା ବିଜେପି ତରଫରୁ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡିଶା ପ୍ରଦେଶ ଭାରତୀୟ ଜନତା ପାର୍ଟି ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଧେଶ କ୍ରମେ ସାରା ଓଡ଼ିଶାରେ ଡାକରା ଦିଆଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନବୀନ ସରକାର କରିଥିବା ୧୦୦୦ କୋଟିରୁ ଅଧିକ ଟଙ୍କା ମହାଦୁର୍ନୀତିର ମହାଖୁଲାସା ହେବା ପରେ ଆଜି ଏହି ବ୍ଲକ ଘେରାଉ କାର୍ଯ୍ୟକ୍ରମ କରାଯାଇ ମହାମହିମ ରାଜ୍ୟପାଳଙ୍କୁ ବ୍ଲକ ବିଡ଼ିଓଙ୍କ ମାଧ୍ୟମରେ ଦାବୀପତ୍ର ପ୍ରଦାନ ଅମ୍ବାଭୋନା ବିଜେପି ତରଫରୁ କରାଯାଇଛି । ବିଗତ ଦିନ ମାନଙ୍କରେ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟରେ ବ୍ୟାପକ ଭ୍ରଷ୍ଟାଚାର ଓ ଅନିୟମିୟତତାର ବହୁ ଉଦାହରଣ  ଅମ୍ବାଭୋନା ବ୍ଲକରେ ଅଛି ବୋଲି ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ଅଭିଯୋଗ ଉପସ୍ଥାପନା କରାଯାଇଥିଲା । ଭ୍ରଷ୍ଟାଚାରରେ ଲୁପ୍ତଥିବା ସମସ୍ତ ବ୍ୟକ୍ତିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ତଥା ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରାଯାଇ ସରକାର ତୁରନ୍ତ ଘର ଯୋଗାଇ ଦିଆଯାଉ ବୋଲି ଭାରତୀୟ ଜନତା ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟ ଦାବୀ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ଉପ ସଭାପତି ସୁଶାନ୍ତ ମିଶ୍ର, ଗୁନାରୁ ପଧାନ, ଜିଲ୍ଲା କୋପେରେଟିଭ୍‌ ସେଲ୍‌ ଅଧ୍ୟକ୍ଷ ତାରଚନ୍ଦ ପଟେଲ, ମଣ୍ଡଳ ସଭାପତି ପ୍ରହଲ୍ଲାଦ ପଧାନ, ବଳରାମ ସା, ଷ୍ଟେଟ କାଉନସିଲ୍‌ ମେମ୍ବର ସଂକ୍ରାଜିତ ସାହୁ, ଦେବାର୍ଚ୍ଚନ ମଲ୍ଲିକ, ଡ଼ ଚିନ୍ତାମଣି ପଟେଲ, ଶ୍ୟାମଲାଲ ନାୟକ, ଶଙ୍କର ଭାନୁ ପଟେଲ, ଯୋଗେନ୍ଦ୍ର ମିଶ୍ର, ଓମ ପ୍ରକାଶ ଭୋଇ, ଖଗେଶ୍ୱର ପଧାନ, ପ୍ରଶାନ୍ତ ପଧାନ, ଶିବ ଡ଼ନସନା ତଥା ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ ।

Leave A Reply

Your email address will not be published.