oom

ବ୍ଲକ ସ୍କୁଲ ସ୍ପୋର୍ଟସ୍‌ ଆସୋସିଏସନ୍‌ର ବୈଠକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ ବନ୍ଧପଡା ଠାରେ ବ୍ଲକ ସ୍କୁଲ ଆସୋସିଏସନ୍‌ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ସୁନାଙ୍କ ସଭାପତିତ୍ୱରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର, ଛତାମଖନା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଳମଣି ପଟେଲ, ବନ୍ଧପଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଯୋଶୀ ପ୍ରମୁଖ ଏହି ବୈଠକରେ ଯୋଗଦାନ ଦେଇଥିଲେ । ବୈଠକ ପ୍ରାରମ୍ଭରେ ବ୍ଲକ ସ୍କୁଲ ସ୍ପୋର୍ଟସ୍‌ ଆସୋସିଏସନ୍‌ର ସମ୍ପାଦକ ସୁଶାନ୍ତ କୁମାର ନାଗ ଚଳିତ ବର୍ଷର ଆୟବ୍ୟୟ ଅଟକଳ ବିବରଣୀ ପାଠ କରିଥିଲେ । ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଚଳିତ ବର୍ଷ ବ୍ଲକ ସଂଘ ତରଫରୁ ୯ଟି କ୍ରୀଡାକୁ ସାମିଲ କରାଯାଇଛି । ଉକ୍ତ ବୈଠକରେ ବ୍ଲକର ଅବସରପ୍ରାପ୍ତ ଆଟଗାଁ ଉଚ୍ଚ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ଅନ୍ତର୍ଯ୍ୟାମୀ ବିଶ୍ୱାଲ ଓ ଦଶପୁର ଉଚ୍ଚ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ମହଡ ବାରିକଙ୍କୁ ବ୍ଲକ ସ୍କୁଲ ସ୍ପୋର୍ଟସ୍‌ ଆସୋସିଏସନ୍‌ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଗଲା । ଉକ୍ତ ବୈଠକକୁ ଭାଲେର ଉଚ୍ଚ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ହେମନ୍ତ ପଧାନ ପରିଚାଳନା କରିଥିବା ବେଳେ ବନ୍ଧପଡା ଉଚ୍ଚ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ପ୍ରବୀଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ବ୍ଲକର ୨୮ଟି ଶାରୀରିକ ଶିକ୍ଷା ଶିକ୍ଷକ, ଶିକ୍ଷୟିତ୍ରି ଓ ପି. ଇ. ଆଇ ଯୋଗଦାନ ଦେଇ ଉକ୍ତ ବୈଠକକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

jittmm
Leave A Reply

Your email address will not be published.