jayashree

ଭୁବନେଶ୍ୱରରେ ଏଭେରେଷ୍ଟ ବିକେସିସି

ଭୁବନେଶ୍ୱର : ଓଡ଼ିଶାର ହସ୍‌ପିଟାଲିଟି ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରଥମ ଥର ଏକ ଜାତୀୟ ସ୍ତରର କୁକିଂ ପ୍ରତିଯୋଗିତା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହୋଟେଲ ମ୍ୟାନେଜମେଣ୍ଟ କ୍ୟାଟରିଂ ଟେକ୍ନୋଲୋଜି ଏବଂ ଆପ୍ଲାଏଡ୍‌ ନ୍ୟୁଟ୍ରିସନ୍‌ ଭୁବନେଶ୍ୱର ଦ୍ୱାରା ଆୟୋଜିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାର ସିଜନ୍‌-୪ କାର୍ଯ୍ୟକ୍ରମ ‘ଏଭେରେଷ୍ଟ ବେଟର କିଚେନ୍‌ କୁଲିନାରି ଚ୍ୟାଲେଞ୍ଜ’ (ଏଭେରେଷ୍ଟ ବିକେସିସି) ନିକଟରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତାରେ ଶେଷ ବର୍ଷର ହସ୍‌ପିଟାଲିଟି ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ସେହିଭଳି ଏହା ହେଉଛି ଭାରତର ସର୍ବବୃହତ୍‌ ଓ ରୋମାଞ୍ଚକର କୁକିଂ ଚ୍ୟାଲେଞ୍ଜ । ବିଶେଷକରି ଏହା ନୂତନ ଶେଫ୍‌ମାନଙ୍କୁ ସେମାନଙ୍କ ଟ୍ୟାଲେଣ୍ଟ ପ୍ରଦର୍ଶନ କରିବାର ଠିକ୍‌ ରାସ୍ତା ଦେଖାଇବା ସହ ଭବିଷ୍ୟତକୁ ସୁନ୍ଦର ଭାବେ ଗଢ଼ି ତୋଳିବା ପାଇଁ ମଧ୍ୟ ଏକ ଆଦର୍ଶ ସ୍ପ୍ରିଙ୍ଗ୍‌ବୋର୍ଡ ପ୍ରଦାନ କରିଥାଏ । ଉକ୍ତ ଚ୍ୟାଲେଞ୍ଜର ବିଷୟବସ୍ତୁ ‘ଫ୍ଲେଭର୍ସ ଅଫ୍‌ ଇଣ୍ଡିଆ’ ରହିଥିବା ବେଳେ ଆଞ୍ଚଳିକ ବ୍ୟଞ୍ଜନ ବିଷୟରେ ସଚେତନତା ସୃଷ୍ଟି କରିବା ସହ ଭାରତର ମସଲାଗୁଡ଼ିକୁ ଉପଯୋଗ କରି ଭାରତୀୟ ବ୍ୟଞ୍ଜନକୁ ଲୋକପ୍ରିୟ କରାଇବା ଉକ୍ତ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ।

Leave A Reply

Your email address will not be published.