ରୁଗୁଡିଖାଲରେ ବିଜେପି ପକ୍ଷରୁ ଜାତୀୟ ରାଜପଥ ଅବରୋଧ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରାଜପଥ ସ୍ଥିତ ରୁଗୁଡିଖାଲ ଠାରେ ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଅହେତୁକ ଅବହେଳା ପ୍ରତିବାଦରେ ଜିଲ୍ଲା ବିଜେପି ପକ୍ଷରୁ ରାସ୍ତାରୋକ କରାଯାଇଛି । ପଞ୍ଜିକୃତ ହୋଇଥିବା ସମସ୍ତ ଚାଷୀଙ୍କ ଧାନ କିଣାଯିବା ସହିତ ଲେପସ ଟୋକନକୁ କାର୍ଯ୍ୟକାରୀ କରି ଧାନ କିଣିବା ଓ କଟନୀ ଛଟନୀ ବନ୍ଦ କରିବା, ମଣ୍ଡିରେ ଦେଖା ଯାଉଥିବା ପରିବହନ ଖର୍ଚ୍ଚର ସଠିକ ହିସାବ ଚାଷୀଙ୍କୁ ଦିଆଯାଇ ଚାଷୀଙ୍କୁ ଅଯଥା ହଇରାଣ ନ କରି ତାର ସୁରକ୍ଷା ବ୍ୟବସ୍ଥା କରିବା ପ୍ରମୁଖ ଦାବୀରେ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା । ଏଥିରେ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ, ଲୋଇସିଂହା ବିଧାୟକ ଡ଼. ମୁକେଶ ମହଲିଙ୍ଗ, ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି, ଲକ୍ଷ୍ମଣ ବାଗଙ୍କ ସମେତ ବହୁ ଦଳୀୟ କର୍ମକର୍ତା ସାମିଲ ହୋଇଥିଲେ ।

Leave A Reply

Your email address will not be published.