ଖ୍ରପାଖୋଲ, (କ୍ରିଷ୍ଣା ସେଠୀ) : ଆଜି ସକାଳ ୧୦ ଟାରୁ ୧ ଟା ପର୍ୟ୍ୟନ୍ତ ଚାଷୀମାନଙ୍କ ହିତକୁ ନେଇ ଲାଠୋର କଲେଜ ଛକ ଠାରେ ବିଜେପି ପକ୍ଷରୁ ରାସ୍ତା ରୋକ କରାଯାଇଛି । ମଣ୍ଡିରେ ହେଉଥିବା କଟନୀ ଛଟନୀ, ଲେଫସ୍ ହେଇଥିବା ଟୋକନ ପୁନଃ କାର୍ଯ୍ୟକ୍ଷମ କରିବା, ମଣ୍ଡିରେ ପଡି ରହିଥିବା ଧାନ ଶୀଘ୍ର ଉଠାଇବା ତଥା ଟ୍ରାନ୍ସପୋର୍ଟ ଖର୍ଚ୍ଚ ଚାଷୀମାନଙ୍କୁ ଦେବାକୁ ଦାବୀ ଜଣାଇ ରାସ୍ତା ରୋକ କରାଯାଇଛି । ଏହି ରାସ୍ତା ରୋକରେ ଜୋନ୍ ନଂ-୩ ସେକ୍ରେଟାରୀ ପ୍ରବିଣ ଅଗ୍ରୱାଲ, ଜୋନ୍ ନଂ-୩ ଯୁବ ପ୍ରେସିଡେଣ୍ଟ କାଶିନାଥ ମେହେର,ଏସ୍ଟି ସଭାପତି ରୋହିତ ଶବର, ଏସ୍ ସି ସଭାପତି ଲାଏବନ ସୁନା, ମିଡିଆ ସେଲ ସୁଶାନ୍ତ ବେହେରା, ଟିଲୁ ସୁନାନୀ, ଭୋଲା ସୁନାନୀ, ଜିଲ୍ଲା ଜେନେରାଲ ସେକ୍ରେଟାରୀ ଦଶରଥ ପାଣିଗ୍ରାହୀ, ସତ୍ୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ଲାଠୋର ପୋଲିସ ଘଟଣାସ୍ଥଳରେ ମୁତୟନ ହୋଇଥିଲେ ।
Next Post