ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଗ୍ରାମର କରୋନା ପ୍ରଭାବିତ ଜଣେ ୩୦ ବର୍ଷିୟ ଦିବ୍ୟାଙ୍ଗ ରମେଶ ଦିକ୍ଷିତଙ୍କ ଅନ୍ତିମ ସଂସ୍କାର କଲେ ବିଜେପି ନେତା । ପାଇକମାଲ ଗ୍ରାମର ଶ୍ରୀ ବିଜୟ ଦିକ୍ଷିତଙ୍କ ୩୦ ବର୍ଷିୟ ଏକ ଦିବ୍ୟାଙ୍ଗ ପୁଅ ରମେଶ ଦିକ୍ଷିତ କରୋନାରେ ଆକ୍ରାନ୍ତ ହୋଇ ଦୀର୍ଘଦିନ ଧରି ଘରେ ଅସୁସ୍ଥ ହୋଇ ପଡି ରହିଥିଲେ । ପୂର୍ବରୁ ବାପା ବିଜୟ ଦିକ୍ଷିତ କରୋନାରେ ଆକ୍ରାନ୍ତ ହୋଇ ବରଗଡ ଖେଦାପାଲି ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ମାଁ ଶ୍ରୀମତୀ ବେଳମତୀ ଦିକ୍ଷିତ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ । ଆଜି ସକାଳେ ୭ ଘଣ୍ଟା ସମୟରେ ରମେଶଙ୍କ ଦେହାନ୍ତ ହେବା ପରେ ଶବ ସତ୍କାର ପାଇଁ କେହି ସାହାସ କରି ନଥିଲେ ଏ ପରିକି ପାଇକମାଲରେ ଥିବା ତାଙ୍କ ଅନ୍ୟ ପରିବାରର ଲୋକେ ମଧ୍ୟ ତାଙ୍କ ଘରକୁ ଆସି ନଥିଲେ । ବିଜେପି କୃଷକ ମୋର୍ଚ୍ଚା ବରଗଡ ଜିଲ୍ଲା ସଭାପତି ଶ୍ରୀକାନ୍ତ ମିଶ୍ରଙ୍କ ନେତୃତ୍ବରେ ପାଇକମାଲ ହସ୍ପିଟାଲରେ ସେବା ହିଁ ସଂଗଠନ କାର୍ଯ୍ୟ ଚାଳିଥିବା ବେଳେ ଏ ଅସହାୟ ଅବସ୍ଥା ବିଷୟରେ ସୂଚନା ପାଇଥିଲେ । ତୁରନ୍ତ ଶ୍ରୀ ମିଶ୍ର ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ଗୋବର୍ଦ୍ଧନ ଅଗ୍ରୱାଲ, ବିଜେପି ନେତା ସତ୍ୟ ନାରାୟଣ ବେହେରା ଓ ନନ୍ଦ ଶ୍ରୀବାସ୍ତବ ପଦ୍ମପୁର ରୋଡ ପେଟ୍ରୋଲ ପମ୍ପ ନିକଟରେ ରହୁଥିବା ଶ୍ରୀ ଦିକ୍ଷିତ ଘରକୁ ଯାଇ ରମେଶଙ୍କ ଶବ ସତ୍କାର କରିଥିଲେ ।
Next Post