oom

ବିଜେପି ଦଳ ପକ୍ଷରୁ ବୋଦାପୁଟ ଠାରେ ମିଶ୍ରଣ ପର୍ବ

jsmm

ବୈପାରିଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା) : କୋରାପୁଟ ଓ କୋଟପାଡ ନିର୍ବାଚନ ମଣ୍ଡଳ ଅଧିନରେ ଥିବା ବୈପାରିଗୁଡା ବ୍ଲକ କଂଗ୍ରେସ ଗଡ ଭାବେ ବେଶ ପରିଚିତ ଥିବା ବେଳେ ଗତ ୧୦ ବର୍ଷ ହେବ ଏହି ଅଂଚଳକୁ ଏବେ ବିଜେଡି ନିଜ ଅଧିନରେ ରଖିଛି । ଚଳିତ ନିର୍ବାଚନରେ ଉକ୍ତ ୨ ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ବିଜୟ ହାସଲ କରିଥିଲେ । ବିଜେପି ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବରେ କିଛି ପଂଚାୟତର କଂଗ୍ରେସ ଓ ବିଜେଡି କର୍ମୀମାନେ ଦଳ ଛାଡି ଏବେ ବିଜେପି ଦଳରେ ସାମିଲ ହୋଇଥିବାର ଦେଖିବାକୁ ମିଳୁଛି । ଏବେ ଏହାକୁ ନେଇ ବୈପାରିଗୁଡା ବ୍ଲକର ବିଜେପି ଦଳ ପକ୍ଷରୁ ବୋଦାପୁଟ ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହ ମିଶ୍ରଣ ପର୍ବରେ ବୈପାରିଗୁଡା ବ୍ଲକର ବିଭିନ୍ନ ଦଳର ୪୦୦ ଶହ ଜଣ କର୍ମୀ ଯୋଗଦାନ କରିଥିବା ନେଇ ସୂଚନା ଦେଇଛନ୍ତି କୋରାପୁଟ ବିଧାୟକ ରଘୁରାମ ମାଛ ଏହି ମିଶ୍ରଣ ପର୍ବରେ କିଛି ପୂର୍ବତନ ନାଏବ ସରପଂଚ, ୱାର୍ଡ ମେମ୍ବର ଓ ସମିତିସଭ୍ୟମାନଙ୍କ ସହ ତାଙ୍କ ସାଥିଗଣ ବିଜେପି ଦଳରେ ଯୋଗଦାନ କରିଥିଲେ । କେନ୍ଦ୍ରର ମୋଦି ସରକାର ଓ ରାଜ୍ୟର ମୋହନ ସରକାରଙ୍କ ଜନହିତ ଯୋଜନା ସହିତ ଗାଁ ଗହଳିର ଉନ୍ନତି ପାଇଁ ବିଭିନ୍ନ ଯୋଜନା ଘୋଷଣା କରିଥିବାରୁ ସେମାନଙ୍କ କଥାରେ ଅନୁପ୍ରାଣିତ ହୋଇ ବିଜେପି ଦଳରେ ସମାଲି ହୋଇଥିବା ନେଇ ଦଳରେ ମିଶିଥିବା ଲୋକେ ପ୍ରକାଶ କରିଥିଲେ । ଏହି ମିଶ୍ରଣ ପର୍ବରେ କୋରାପୁଟ ବିଧାୟକ ରଘୁରାମ ମାଛ, ବିଜେପି ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ, ପ୍ରଭାରୀ ରାଜେନ୍ଦ୍ର ସାହୁ, ବ୍ଲକ ସଭାପତି ଉମେଶ ପଟ୍ଟନାୟକ, ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ନରେନ୍ଦ୍ର କାନ୍ଦୁଲିଆ, ବରିଷ୍ଠ କର୍ମୀ ମନୋଜ ନାୟକ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରାଜେନ୍ଦ୍ର ମହାକୁଡ, କୃଷକ ମୋର୍ଚ୍ଚା ସଭାପତି ପଦ୍ମନ ମାଳି, କୋଲାର ମଣ୍ଡଳର ଦେବେନ୍ଦ୍ର ଦଳପତି, ସଞ୍ଜୀବ ସାହୁ, ନଟବର ପଟ୍ଟନାୟକ, ମୋହନ ଲାଲା ଅଡାରୀ, ମିଡିଆ ସେଲ ସଭାପତି ଧନପତି ନାୟକ, ଲୋକନାଥ ଖରା, କୁନୁ ପ୍ରଧାନ, ବୋଦାପୁଟ ପଂଚାୟତ ସଭାପତି ଅଜୁର୍ନ କିସାନୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.